ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

କେବଳ କେରଳରେ ହିଁ କାହିଁକି ବଢୁଛି ନିପା ଭାଇରସର ସଂକ୍ରମଣ ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୯: ନିପା ଭାଇରସ ୧୯ ବର୍ଷ ପୂର୍ବେ ମାଲେସିଆରେ ଚିହ୍ନଟ ହୋଇଥିଲା। ଏଥି ସହିତ, ୨୦୧୮ ରେ ଭାରତରେ ଏହି ଜୀବାଣୁ ମିଳିଥିଲା। ପ୍ରଥମେ ନିପା ଭାଇରସ କେରଳରେ ଚିହ୍ନଟ ହୋଇଥିଲା। ତେବେ ବହୁ ବର୍ଷ ପରେ କେରଳରେ ପୁଣି ଥରେ ନିପା ଭାଇରସ ବ୍ୟାପିବାରେ ଲାଗିଛି। ଚଳିତ ବର୍ଷ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ରାଜ୍ୟରେ ନିପା ଭାଇରସର ଟି ମାମଲା ସାମନାକୁ ବସିଛି।

ଚିନ୍ତାର ବିଷୟ ଏହା ଯେ  ନିପା ଭାଇରସରେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର ବହୁତ ଅଧିକ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ନିପା ଭାଇରସ୍ ରୋଗରେ ମୃତ୍ୟୁହାର ୪୦ ରୁ୭୦% ମଧ୍ୟରେ ଆକଳନ କରିଛି। ଚଳିତ ବର୍ଷ କେରଳରେ ସାମନକୁ ଆସିଥିବା ୬ଟି ମାମଲାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇ ସାରିଛି।  

ନିପା ଭାଇରସ କାରଣରୁ ମୃତ୍ୟୁ ସଂଖ୍ୟା ଅଧିକ ହେବାର ଏକ ମୁଖ୍ୟ କାରଣ ହେଉଛି ଏହାର ଭାଇରାଲ୍ ଷ୍ଟ୍ରେନ୍ । ଉଦାହରଣ ସ୍ୱରୂପବର୍ତ୍ତମାନ ଏହା ବାଂଲାଦେଶରେ ବ୍ୟାପିଛିଯାହାର ମୃତ୍ୟୁ ହାର ୯୦% ବୋଲି କୁହାଯାଉଛି। କେରଳର ଅଧିକାରୀମାନେ କହିଛନ୍ତି, କେରଳରେ ମିଳିଥିବା ଭାଇରସ୍‌ ବାଂଲାଦେଶରେ ମିଳୁଥିବା ଷ୍ଟେ୍ରନ୍ ଅଟେ।  

ନିପା ଭାଇରସ୍‌ ଜୁନେଟିକ୍ ରୋଗ ଯାହାକି ପଶୁଙ୍କଠାରୁ ମଣିଷକୁ ବ୍ୟାପିଥାଏ। ଏଭଳି ସ୍ଥିତି ଏହି ଭାଇରସ୍ ବାଦୁଡିଠାରୁ ଫଳ ଓ ପରେ ମଣିଷ ଭିତରେ ପହଞ୍ଚିଥାଏ। ୨୦୧୯ ର ଏକ ଅଧ୍ୟୟନ ଅନୁସାରେ, ନିପାହ ଭାଇରସ୍ ବାଦୁଡିରୁ ଫଳ ଓ ତା ପରେ ସେହି ଫଳ କେରଳର ସବୁ ୧୪ ଜିଲ୍ଲା ସହିତ କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀରେ ପହଞ୍ଚିଥିଲା। କେରଳରେ ଗତ ୫ ବର୍ଷରେ ନିପା ଭାଇରସ୍‌ର ଚାରୋଟି ପ୍ରକୋପ ଦେଖିବାକୁ ମିଳିଛି। ଏହାର କାରଣ ଏହା ମଧ୍ୟ ହୋଇପାରେ ଯେ,   ବାଦୁଡି ପାଇଁ କେରଳର ଏନଡେମିକ୍ (କୌଣସି ରୋଗ ପାଇଁ ଉପଯୁକ୍ତ ସ୍ଥଳ) ପାଲଟି ଯାଇଛି। ଏହାର ଦ୍ବିତୀୟ କାରଣ ହେଉଛି କେରଳର ସାର୍ବଜନୀକ ସ୍ବାସ୍ଥ୍ୟଗତ ଢାଞ୍ଚା, ଯେଉଁଠି ଅଜଣା ଜ୍ବର କାରଣରୁ ହେଉଥିବା ଲୋକଙ୍କର ମୃତ୍ୟୁ ହେଉଛି।

 

 

  • nipah virus
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.