ଆଠଗଡ଼, ୦୯/୧୧ : ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଦେବଭୂମି ସଂରକ୍ଷିତ ଜଙ୍ଗଲ ଭେଜିଆ ରାସ୍ତାରୁ ଗୁରାଣ୍ଡି ମାଂସ ଜବତ। ଗୁରାଣ୍ଡି ଶିକାର କରି ଫେରୁଥିବା ବେଳେ ମାଡ଼ିବସିଲେ ବନ ବିଭାଗ କର୍ମଚାରୀ। ମୃତ ଗୁରାଣ୍ଡି ସହିତ ବାରୁଦ ଭର୍ତ୍ତି ଗୋଟିଏ ଦେଶୀ ବନ୍ଧୁକ ସହ ଦୁଇ ବାଇକ୍ ଜବତ।
ଏହି ଘଟଣାରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତମାନେ ବଡ଼ମ୍ବା ଥାନା ଅନ୍ତର୍ଗତ ଖଇରିପଙ୍ଗା ଗ୍ରାମର ପ୍ରଦୀପ କୁମାର ସ୍ୱାଇଁ, ବିଶ୍ୱଜିତ୍ ସେଠୀ, ବୀରବର ସ୍ୱାଇଁ, ଦୀପୁ ରାଉତ। ଏନେଇ ରେଞ୍ଜର ସୁବାଷ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।