ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଆମ୍ବ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ, ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ

ଜି.ଉଦୟଗିରି,୨/୬ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର କତିଙ୍ଗିଆ ଛକରେ  ଜଣେ ମହିଳାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୃତକା ଜଣକ ମନୋଜ କୁମାର ପ୍ରଧାନଙ୍କ ପତ୍ନୀ ଅମ୍ରିତା ପ୍ରଧାନ (୩୫) ।

ଆମ୍ବ ଗୋଟାଇବାକୁ ଅମ୍ରିତା ଜଙ୍ଗଲକୁ ଯାଇଥିଲେ ଓ ଫେରିବା ସମୟରେ କାଳବୈଶାଖୀ ଆସିଥିଲା I ପ୍ରବଳ ପବନ ସାଙ୍ଗକୁ ଘଡଘଡି ଓ ବିଜୁଳି ମାରିଥିଲା I  ସେହି ସମୟରେ ଅମ୍ରିତା କତିଙ୍ଗିଆ ଏ.ଟି.ଏମ୍ ନିକଟ ଆମ୍ବ ଗଛ ତଳେ ଠିଆ ହୋଇଥିବା ବେଳେ ହଠାତ ତାଙ୍କୁ ବିଜୁଳି ମାରିଥିଲା I ଫଳରେ ସେଠାରେ ସେ ପଡ଼ିଯାଇଥିଲେ I ତାଙ୍କ ସ୍ବାମୀ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଏକ ୧୪ ବର୍ଷର ଝିଅ ରହିଛି। ଅମ୍ରିତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.