ନୀଳଗିରି,୨୧/୩ - ପାରିବାରିକ କଳହକୁ ନେଇ ଖୁଡିକୁ ପଥର ରେ ଛେଚି ହତ୍ୟା କଲା ପୁତୁରା।ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ କାଂଶ ପଂଚାୟତ କୋଲହାପାଳ ଗ୍ରାମରେ ଘଟିଛି। ଏଥିସହ ଆଉ ଦୁଇଜଣ ଗୁରୁତର ହୋଇ ନୀଳଗିରି ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଏହି ଗ୍ରାମରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତଙ୍କ ସହିତ ନିଶିକାନ୍ତ ପଣ୍ଡା ପୁଅ ଅସିତଙ୍କର ପୂର୍ବରୁ ଗାଡି ଦୁର୍ଘଟଣା କୁ ନେଇ ବଚସା ହୋଇଥିଲା।ଏହି ଦୁଇଜଣ ସମ୍ପର୍କରେ କକାପୁଅ ବଡ଼ବାପା ପୁଅ ଭାଇ ହୁଅନ୍ତି। ଆଜି ଅସିତଙ୍କୁ ଅଟକାଇ ଅମିତ ପିଟିବାରୁ ତାଙ୍କ ମାଆ ସଂଜୁଲତା ପଚାରିବାକୁ ଯାଇଥିଲେ। ହେଲେ ଉତକ୍ଷିପ୍ତ ହୋଇ ତାଙ୍କୁ ଅମିତ ଏକ ପଥରରେ ଆକ୍ରମଣ କରିଥିଲେ। ଏଥିରେ ସଂଜୁଲତା ଗୁରୁତର ହୋଇଥିଲେ। ତାଙ୍କୁ ନୀଳଗିରି ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସଂଜୁଲତା ଙ୍କ ପରିବାର ଲୋକ ମଧ୍ୟ ପ୍ରତି ଆକ୍ରମଣ କରିବାରୁ ଅମିତ ଓ ତାଙ୍କ ବାପା ସନ୍ତୋଷ ଗୁରୁତର ହୋଇଛନ୍ତି। ତାଙ୍କୁ ନୀଳଗିରି ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ନୀଳଗିରି ପୋଲିସ ଘଟଣାର ତଦନ୍ତ କରୁଛି।
ଆହୁରି ପଢନ୍ତୁ : ନାବାଳିକା ଅପହରଣ ଓ ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ