ଭୁବନେଶ୍ୱର ୨୦/୦୮: ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ପାଳନ କରାଯାଏ ବିଶ୍ୱ ମଶା ଦିବସ । ସାର ରୋନାଲ୍ଡ ରୋସ୍ ମଶା ଓ ମ୍ୟାଲେରିଆ ସଂକ୍ରମଣ ମଧ୍ୟରେ ସମ୍ପର୍କ ଆବିଷ୍କାର କରିବା ପରେ ୧୮୯୭ରେ ଏହି ଦିବସ ସ୍ଥାପନା ହୋଇଥିଲା । ମ୍ୟାଲେରିଆର କାରଣ ଓ ନିରାକରଣ ଉପରେ ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ । ପ୍ରତି ବର୍ଷ ଆଫ୍ରିକା, ଦକ୍ଷିଣ ଆମେରିକା, ମଧ୍ୟ ଆମେରିକା, ମେକ୍ସିକୋ, ରୁଷ୍ ଓ ଏସିଆର ଅଧିକାଂଶ ଅଞ୍ଚଳରେ ମଶା ଦ୍ୱାରା ୭୦ କୋଟିରୁ ଉଦ୍ଧ୍ୱର୍ ଲୋକ ସଂକ୍ରମଣର ଶିକାର ହେଉଛନ୍ତି । ପ୍ରତି ବର୍ଷ ଅତିକମ୍ରେ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ମଶା ସଂକ୍ରମଣରେ ପ୍ରାଣ ହରାଉଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
ମୋଦି ଜଣେ ଚମତ୍କାର ବ୍ୟକ୍ତି: ଡୋନାଲ୍ଡ ଟ୍ରମ୍ପ୍