ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱର ସବୁଠୁ ଅସୁନ୍ଦର ବଗିଚା, ଏଥିପାଇଁ ବଗିଚାର ମାଲିକାଣୀଙ୍କୁ ମିଳିଛି ପୁରସ୍କାର...

ନୂଆଦିଲ୍ଲୀ, ୨୬।୧: ସାଧାରଣତଃ ସୁନ୍ଦରତା ଯେଭଳି ଜଣକୁ ପରିଚୟ ପ୍ରଦାନ କରେ ଠିକ୍ ସେହିପରି ଅସୁନ୍ଦର ପାଇଁ ବି ଲୋକେ ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏହି କ୍ରମରେ ଏବେ ଜଣେ ମହିଳା ତାଙ୍କର ଅସୁନ୍ଦର ବଗିଚା ପାଇଁ ଚର୍ଚ୍ଚାରେ ରହିଛନ୍ତି । ଅଷ୍ଟ୍ରେଲିଆର କାଥଲିନ୍ ମୁରେ ବିଶ୍ୱର ସବୁଠୁ ଅସୁନ୍ଦର ବଗିଚାର ମାଲିକାଣୀ ଭାବେ ପରିଚୟ ହାସଲ କରିଛନ୍ତି । ଜଣେ ହଲିଉଡ କଳକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱର ସବୁଠୁ ଅସୁନ୍ଦର ବଗିଚା ପ୍ରତିଯୋଗିତାରେ ଗତବର୍ଷ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ସ୍ୱରୂପ ତାଙ୍କୁ ବାଦାମୀ ରଙ୍ଗର ଏକ ଟି ସାର୍ଟ ମିଳିଛି । ସବୁଠୁ ମଜାଦାର କଥା ହେଉଛି, ଏହି ଟି-ସାର୍ଟରେ ବିଶ୍ୱର ସବୁଠୁ ଅସୁନ୍ଦର ବଗିଚାର ମାଲିକାଣୀ ବୋଲି ଉଲ୍ଲେଖ ଅଛି । 

ତାଙ୍କ ବଗିଚାର ବିଶେଷତ୍ୱ ହେଉଛି ଯେ, ତାଙ୍କ ବଗିଚା ଦେଖିବାକୁ ଅବିକଳ ମରୁଡ଼ିଗସ୍ତ ଜମି ଭଳି । ଏପରିକି ଏହାକୁ ଟାଙ୍ଗରା ଭୂମି କହିଲେ କିଛି ଭୁଲ୍ ହେବ ନାହିଁ । ସାଧାରଣତଃ ବଗିଚାରେ ରଙ୍ଗବେରଙ୍ଗର ଫୁଲଗଛ ସହ ସବୁଜ ପରିବେଶ ଦେଖିବାକୁ ମିଳିଥାଏ । ଏଭଳି କ୍ଷେତ୍ରରେ ମୁରେଙ୍କ ବଗିଚା ସମ୍ପୂର୍ଣ୍ଣ ଓଲଟା । ତାଙ୍କ ବଗିଚାରେ ଶୁଖିଲା ଘାସ, ଝାଉଁଳି ପଡ଼ିଥିବା ଗଛ ସହିତ କିଛି ଜାଗାରେ ମୂଷା ଗାତ ମଧ୍ୟ ଦେଖିବାକୁ ମିଳେ । ଅବଶ୍ୟ ଏହା ପଛରେ ଏକ ରୋଚକୀୟ କାହାଣୀ ରହିଛି । 

ପ୍ରଥମେ ଏହି ପ୍ରତିଯୋଗିତା ସ୍ୱିଡେନ୍‌ସ୍ଥିତ ଗଟ୍‌ଲାଣ୍ଡ ଆଇଲାଣ୍ଡ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଜଳ ସଙ୍କଟ ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା । ଏବେ ଏହି ବାର୍ତ୍ତା ମୁରେ ମଧ୍ୟ ଲୋକଙ୍କୁ ନିଜ ଅନୁନ୍ଦର ବଗିଚା ମାଧ୍ୟମରେ ଦେବା ପାଇଁ ପ୍ରୟାସ କରିଛନ୍ତି । ଅନ୍ୟପଟେ ମୁରେ ତାଙ୍କ ବଗିଚା ମଝିରେ ଛିଡ଼ା ହୋଇ ଫଟୋ ଉତ୍ତୋଳନ କରିଛନ୍ତି । ଯାହାକି ସାମାଜିକ ଗଣମାଧ୍ୟମରେ ସେୟାର ହେବା ପରେ ସମସ୍ତଙ୍କ ନଜରକୁ ଆସିଛି ।     

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.