ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଆପଣ ପୂରା ଦୁନିଆକୁ ବୋକା ବନେଇ ପାରନ୍ତି , ହେଲେ ; ସିଜେଆଇ ଚନ୍ଦ୍ରଚୂଡ କାହିଁକି ଏମିତି କହିଲେ ...

ନୂଆଦିଲ୍ଲୀ -  ଆଇନ ପେଶାର ଭବିଷ୍ୟତ ଏହି କଥା ଉପରେ ନିର୍ଭର କରିବ କି ଏଥିରେ ସଂପୃକ୍ତ ବ୍ୟକ୍ତି ନିଜର ସଚ୍ଚୋଟତା ବଜାୟ ରଖିଛନ୍ତି ନା ନାହିଁ । ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ ରବିବାର କହିଛନ୍ତି । ସତ୍ୟନିଷ୍ଠା ଓ ସଚ୍ଚୋଟ ଆଇନ ପେଶାର ମୂଳନୀତି ଏବଂ ଏହାର କଦର୍ଥ କରାଯିବା ଏହାସହ ସଂଶ୍ଳିଷ୍ଟ ଲୋକଙ୍କ ବ୍ୟବହାର ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। 

ସିଜେଆଇ ଓକିଲ ଓ ବିଚାରପତିଙ୍କ ମଧ୍ୟରେ ସହଯୋଗ ବୃଦ୍ଧି : ଆଇନ୍‌ ପ୍ରକ୍ରିୟାକୁ ମଜବୁତ କରିବାର ଦିଗରେ  ନାମକ ବିଷୟ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି କଥା କହିଛନ୍ତି। ସେ କହିଛନ୍ତି କି ସଚ୍ଚୋଟତା ଗୋଟିଏ ଝଡ଼ରେ ନଷ୍ଟ ହୋଇ ଯାଏନି , ଏହା ଓକିଲ ଓ ବିଚାରପତିଙ୍କ ଦ୍ୱାରା ଉତ୍ତମ ବୁଝାମଣା ଓ ସମ୍ମାନରେ  ସମୃଦ୍ଧ ହୋଇଥାଏ । 

ସିଜେଆଇ କହିଛନ୍ତି , ଆମର ପେଶା ଉତ୍ତମତା ବଜାୟ ରଖିବ ନା ସ୍ୱୟଂ ନଷ୍ଟ ହୋଇ ଯିବ ଏହା ନିର୍ଭର କରେ ଆମେ ଆମର ସଚ୍ଚୋଟତା ବଜାୟ ରଖୁଛେ ନା ନାହିଁ । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି  ଆମେ ସମସ୍ତେ ନିଜର ବିବେକ ସହ ଶୋଇଥାଉ । ଆପଣ ପୂରା ଦୁନିଆକୁ ବୋକା ବନେଇ ପାରିବେ , କିନ୍ତୁ ନିଜର ବିବେକକୁ ବୋକା ବନେଇ ପାରିବା ନାହିଁ । ଏହା ପ୍ରତି ରାତିରେ ପ୍ରଶ୍ନ ପଚାରି ଥାଏ । ସଚ୍ଚୋଟତା ଆଇନ ପେଶାର ମୂଳମନ୍ତ୍ର। ସଚ୍ଚୋଟତାର ସହ ଆମେ ଜୀବିତ ରହିବା ନୁହେଁତ ନିଜକୁ ବିନାଶ କରିବା । ସେ କହିଛନ୍ତି ଓକିଲଙ୍କୁ ସମ୍ମାନ ସେତେବେଳେ ମିଳିଥାଏ , ଯେବେ ସେ ବିଚାରପତିଙ୍କୁ ସମ୍ମାନ କରିଥାନ୍ତି ଏବଂ ବିଚାରପତିଙ୍କୁ ସେତେବେଳେ ସମ୍ମାନ ମିଳିଥାଏ , ଯେବେ ସେମାନେ  ଓକିଲଙ୍କ ସମ୍ମାନ କରିଥାନ୍ତି ତଥା ପରସ୍ପରର ସମ୍ମାନ ସେତେବେଳେ ହୋଇଥାଏ , ଯେବେ ଏହା ଅନୁଭବ ହୋଇଥାଏ କି ଉଭୟ ନ୍ୟାୟର ଅଂଶ ବିଶେଷ। 

Copyright © 2022 - Summa Real Media Private Limited. All Rights Reserved.