ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ, ପଥର ତଳେ ଚାପି ହୋଇ ଯୁବକ ମୃତ

ବୌଦ୍ଧ, ୩୦/୦୩ : ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ। ପଥର ତଳେ ଚାପି ହୋଇ ଯୁବକ ମୃତ। ବୌଦ୍ଧରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବରଡା କଟା ଗ୍ରାମର ସୁଶାନ୍ତ ଝାଙ୍କର୍। ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ବୌଦ୍ଧ ମହାନଦୀ ଗର୍ଭରେ ରତ୍ନ ପଥର ଖନନ ବେଳେ ଶୁକ୍ରବାର ଏକ ଅଘଟଣ ଘଟିଥିଲା। ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ବିରାଟ ପଥର ଖସି ପଡ଼ିଥିଲା। ଶୁକ୍ରବାର ଠାରୁ ଶ୍ରମିକ ଜଣଙ୍କ ପଥର ସନ୍ଧିରେ ଫସି ରହିଥିଲେ। ମୃତକ ଜଣଙ୍କ ହେଉଛନ୍ତି ବରଡା କଟା ଗ୍ରାମର ସୁଶାନ୍ତ ଝାଙ୍କର୍। ଗ୍ରାମବାସୀଙ୍କ ସହ ମିଶି ରତ୍ନ ପଥର ସନ୍ଧାନ ବେଳେ ପଥର ପଡ଼ି ଯାଇଥିବା ସୂଚନା ମିଳିଛି। ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.