ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିପାଟଣା, ୧୮।୦୩ : ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ପିଟିପିଟି ହତ୍ୟା କଲେ ଦୁର୍ବୃତ୍ତ। ବାଲିପାଟଣା ଥାନା ମଝିହରା ମହଲା ସାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଅକ୍ଷୟ ମାଝି। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ କରିବା ସହ ଏକ ଛୁରୀ ଜବତ କରିଛି । ଏହା ସହ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖିଛି ପୋଲିସ।

ସୂଚନାନୁଯାୟୀ, ବାଲିପାଟଣା ଥାନା ମଝିହରା ମହଲା ସାହି ଗାଁର ଅକ୍ଷୟ ମାଝିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ଅକ୍ଷୟଙ୍କୁ ମାଡ ମାରି ନୂଆସାହି ବଜାର ନିକଟରେ ଫିଙ୍ଗି ଦେଇଥିଲେ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ନିକଟ ଗାଁର ଦିଲୁ ଅକ୍ଷୟଙ୍କ ସ୍ତ୍ରୀଙ୍କୁ ଏକ ତରଫା ପ୍ରେମ କରିବା ସହ ଏକ ଏସ୍ଏମଏସ୍ ପଠାଇଥିଲା । ଏହାକୁ ନେଇ ଅକ୍ଷୟଙ୍କ ସ୍ତ୍ରୀ ପରିବାରରେ ଜଣାଇବା ପରେ ଦିଲୁକୁ ପଚାରିଥିଲେ ଅଷୟ। ଏହାକୁ ନେଇ ୨ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ୧୦ ଦିନ ପୂର୍ବେ ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ବି ମାରିଥିଲା । ପରେ ଏହି ଘଟଣାର ସମାଧାନ ହୋଇଥିଲା । ମାତ୍ର ଶନିବାର ରାତିରେ ଅଷୟଙ୍କ ରକ୍ତ ଜୁଡୁବୁଡୁ ଶରୀର ନୂଆ ସାହି ଗାଁରେ ପଡ଼ିଥିଲା । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଥିଲା । ହେଲେ ସୋମବାର ସକାଳୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.