ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଅବ୍ୟବହୃତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କଳାହାଣ୍ଡି, ୨୯/୦୩ : ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। କଳାହାଣ୍ଡି ଟାଉନ ଥାନା ଅନ୍ତର୍ଗତ ଗୋଶାଲ ପଡ଼ାରେ ଏଭଳି ଘଟଣା ଘଟିଛି। ଯୁବକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। 

ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଏକ ଅବ୍ୟବହୃତ ଘରୁ ଗୋଶାଲ ପଡ଼ାର ସାଗର ନାଏକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଟାଉନ ଥାନା ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ସାଗରଙ୍କ ଗୋଡ଼ ମୋଡ଼ି ହେଇ ତଳେ ଲାଗିଥିବା ଯୋଗୁଁ ଏହା ଆତ୍ମହତ୍ୟା ହେଇ ନଥିବା ସନ୍ଦେହ କରାଯାଉଛି। ତେବେ ଯୁବକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଯୁବକ ଜଣଙ୍କ ଆତ୍ମହତ୍ୟା ନେଇ ଜଣେ ଝିଅ ସହ ସେହି ପଡାର କିଛି ଯୁବକଙ୍କୁ ଖବର ଦେଇଥିଲେ। ତେଣୁ ପ୍ରେମ ବ୍ୟାପାରକୁ ନେଇ ହତ୍ୟା ହେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.