ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଶନ ଶକ୍ତି ସୁଧ ଫେରସ୍ତ ଓ ୟୁନିଫର୍ମ ସହାୟତା କାର୍ଯ୍ୟକ୍ରମ

ଦାରିଙ୍ଗବାଡି,୨୭/୨ : ଦାରିଙ୍ଗବାଡି ପଞ୍ଚାୟତ ପରିସର ମଧ୍ୟରେ ମିଶନ ଶକ୍ତି ସୁଧ ଫେରସ୍ତ ଓ ୟୁନିଫର୍ମ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ ଯୋଗ ଦେଇଥିବେ ବେଳେ ମୁଖ୍ୟବକ୍ତା ଭାବେ ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇଥିଲେ । ଅତିଥି ଭାବେ ଦାରିଙ୍ଗବାଡି ଏସବିଆଇ ବିଏମ ବ୍ରଜକିଶୋର ପାଢ଼ୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବିଏମ ମିହିର ରଞ୍ଜନ ଭରତ, ବିଏଲ୍ଏଫ୍ ସଭାନେତ୍ରୀ ରଶ୍ମିଦେବି ନାୟକ ପ୍ରମୁଖ ଯୋଗ ଦେଇଥିଲେ ।  କାର୍ଯ୍ୟକ୍ରମରେ ୧୦ ଗୋଟି ମହିଳା ଗ୍ରୁପଙ୍କୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିବା ବେଳେ ୭ ଜଣ ବ୍ୟାଙ୍କ ମିତ୍ରଙ୍କୁ ଲ୍ୟାପଟପ୍ ବଣ୍ଟନ କରାଯାଇଥିଲା । ଏଥି ସହିତ ସଠିକ୍ ସମୟରେ ଋଣ ପରିଶୋଧ କରିଥିବା ୩୦୦ ଗ୍ରୁପ ମହିଳାଙ୍କୁ ସୁଧ  ଫେରସ୍ତ କରାଯାଇଥିଲା  ।  ୟୁନିଫର୍ମ ସହାୟତା ଓ ବ୍ଲେଜର ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ଶୂନ୍ୟ ସୁଧରେ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ମିଳିବା ନେଇ ଘୋଷଣା କରାଯାଇଥିଲା । ଓଏଲ୍ଏମ ବିପିଏମ ପିଣ୍ଟୁ ନାୟକ ଓ ମିଶନ ଶକ୍ତି ବିପିସି ସୋରଜ ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  କାର୍ଯ୍ୟକ୍ରମରେ ସିଆରପି,ଏମବିକେ, ବ୍ୟାଙ୍କ ମିତ୍ର ସମେତ ମହିଳା ମାନେ ଉପସ୍ଥିତ ଥିଲେ ।

 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.