ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବାଉଁଶୁଣୀ ଟାକ୍ସି ଷ୍ଟାଣ୍ଡରେ ବିଶ୍ଵକର୍ମା ପୂଜା

ବାଉଁଶୁଣୀ, ୧୭/୯: ବୌଦ୍ଧ ଜିଲ୍ଲା ବାଉଁଶୁଣୀଠାରେ ୨୮ ତମ ବାବା ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ରବିବାର ଦିନ ବାଉଁଶୁଣି ଶାଖାର ଟାକ୍ସି ଷ୍ଟାଣ୍ଡଠାରେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି । ୭ ଗୋଟି ପଞ୍ଚାୟତକୁ ନେଇ ଗଠନ ହୋଇଥିବା ବାଉଁଶୁଣୀ ଶାଖା ତରଫରୁ ଚଳିତ ବର୍ଷ ୨୮ ତମ ବାବା ବିଶ୍ଵକର୍ମା ପୂଜା ମହାଆଡମ୍ବରରେ ପାଳିତ ହେଉଥିବା ଶାଖା ସଭାପତି ଆନନ୍ଦ ଖଟୁଆ କହିଛନ୍ତି । ରବିବାର ସକାଳୁ ବାଘ ନଦୀରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସମସ୍ତ ଡ଼୍ରାଇଭର କଳସିରେ ପାଣି ଆଣି ପୂଜା ମଣ୍ଡପରେ ରଖିଥିଲେ । ଏହା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । 

ବିଶ୍ଵକର୍ମା ବାବାଙ୍କ ନିକଟରେ କର୍ତ୍ତା ରତ୍ନାକର ମହାକୁଳ ସପତନୀ କାଜଲ ମହାକୁଲ ଥିବା ବେଳେ ଅଷ୍ଟ ପ୍ରହରୀ ନାମ ଯଞ୍ଜ କୁଣ୍ଡରେ କର୍ତ୍ତା ଭାବରେ ଆନନ୍ଦ ଖଟୁଆ ଓ ତାଙ୍କ ଧର୍ମପତ୍ନୀ ରିନା ଖଟୁଆ ଥିବାବେଳେ ପୂଜକ ଶ୍ରୀକାନ୍ତ ପାଣିଗ୍ରାହୀ, ଭାବରେ ହରେକୃଷ୍ଣ ପୁରୋହିତ, ହେମାନନ୍ଦ ପୁରୋହିତ, ବିବେକାନନ୍ଦ ପୁରୋହିତ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇଥିଲେ । ସକାଳୁ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜମଟାଙ୍ଗି କିର୍ତ୍ତନ୍ୟ ମଣ୍ଡଳି ଅଧିବାସ କରିଥିଲେ । ୨୦ ଦଳ କିର୍ତ୍ତନ୍ୟ ମଣ୍ଡିଳି ଯୋଗଦାନ କରିବେ ବୋଲି ସଭାପତି ଆନନ୍ଦ ଖଟୁଆ କହିଛନ୍ତି । ସଭାପତି ଆନନ୍ଦ ଖଟୁଆ, ବ୍ଲକ ସଭାପତି ପଦ୍ମଲୋଚନ ମହଲା ,ଆନନ୍ଦ ଦାସ, ବିନୋଦ ସାହୁ,ଚିନୁ ମେହେର ଙ୍କ ସମେତ ବହୁ ଡ୍ରାଇଭର ସହଯୋଗ କରିଥିଲେ ।

viswakarma puja
boudha

Copyright © 2022 - Summa Real Media Private Limited. All Rights Reserved.