ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ର ଫେରସ୍ତ ଦାବି ତେଜିଲା

କେସିଙ୍ଗା,୧୧/୯: କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକ୍ ସମେତ ନର୍ଲା ବ୍ଲକ ଅଞ୍ଚଳର କେତେକ ଗାଁକୁ ନେଇ କେସିଙ୍ଗା ନାମରେ ଏକ ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ର ରହିଥିଲା । ଯାହାକି ଗତ ୨୦୦୪ ମସିହାରେ  କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା ଓ  ଭବାନୀପାଟଣା ଏବଂ ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ କେସିଙ୍ଗା ବିଧାନସଭା କ୍ଷେତ୍ରରେ ଥିବା ଗାଁ ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ‌। କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟର ଏକ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବରେ ରହିଥିଲା ବେଳେ ନିର୍ବାଚିତ ପ୍ରତ୍ୟେକ ବିଧାୟକ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ରେଙ୍କ ପାହ୍ୟା ଭଳିଆ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପଦପଦବୀରେ ରହିଆସୁଥିଲେ । ହେଲେ ରାଜ୍ୟର ମହତ୍ୱପୂର୍ଣ୍ଣ କୁହାଯାଉଥିବା କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରକୁ ଉଚ୍ଛେଦ କରାଯାଇଥିବା ଯୋଗୁଁ  ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । 

ଯେଉଁ ଦିନଠାରୁ କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରକୁ ଉଚ୍ଛେଦ କରାଗଲା ସେହି ଦିନଠାରୁ କେସିଙ୍ଗା ଅଞ୍ଚଳ ବିଭିନ୍ନ କ୍ଷେତ୍ରରେ ଅବହେଳିତ ରହି ଆସୁଥିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।‌‌‌‌ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଭଳି ଅନ୍ୟାନ୍ୟ କ୍ଷେତ୍ରରେ କେସିଙ୍ଗା ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟନ୍ତ ଅବହେଳିତ ରହିଥିବା ବିଷୟକୁ ନେଇ କେସିଙ୍ଗା ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି । କଳାହାଣ୍ଡି ଜିଲ୍ଲାର ବିକାଶ ହେଲେ ଜିଲ୍ଲାର ସମଗ୍ର ଅଞ୍ଚଳର ବିକାଶ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇବା ସହ କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରକୁ ପୁନର୍ବାର ଫେରାଇ ଆଣିବା ପାଇଁ ଲଢ଼େଇ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହେଉଛି । ଏହି ପ୍ରସଙ୍ଗ ଉପରେ ରବିବାର ଦିନ ଅପରାହ୍ନରେ କେସିଙ୍ଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରକୁ ଫେରାଇ ଆଣିବା ପାଇଁ ଦାବି ଉପସ୍ଥାପନ କରି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । 

ଆସନ୍ତା ଦିନରେ ହେବାକୁ ଥିବା ବୈଠକରେ ପ୍ରସଙ୍ଗର ସମସ୍ତ କାର୍ଯ୍ୟକ୍ରମ ଉପରେ ସ୍ଥିର କରିବା ପାଇଁ ନିଷ୍ପତ୍ତି ହୋଇଛି । ରବିବାର ଦିନ ବୈଠକରେ କେସିଙ୍ଗା ସହରର ବୁଦ୍ଧିଜୀବୀ,ସଚେତନ ନାଗରିକ,ଯୁବ ସଂଗଠକ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରି କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ର ଫେରସ୍ତ ଦାବି ଯଥାର୍ଥ ବୋଲି ମତପ୍ରଦାନ କରିଥିଲେ ।

kalahandi

Copyright © 2022 - Summa Real Media Private Limited. All Rights Reserved.