ପ୍ରମୁଖ ଖବର
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୁତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ହେମନ୍ତ ସୋରେନ୍‌ଙ୍କ ଘରୁ ମିଳିଥିବା ବିଏମ୍‌ଡବ୍ଲୁର ଧୀରଜ ସାହୁଙ୍କ ସହ ରହିଛି କନେକ୍ସନ, ସାଂସଦଙ୍କୁ ଡକାଇଲା ଇଡି

ରାଞ୍ଚି,୮।୨: ଝାଡଖଣ୍ଡରେ ଯେଉଁ ଜମି ଦୁର୍ନୀତି ମାମଲାରେ ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଗିରଫ କରିଛି ଏବେ ସେହି ମାମଲାରେ କଂଗ୍ରେସ ସାଂସଦଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ ପଠାଇଛି। ଝାଡଖଣ୍ଡରୁ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ତଦନ୍ତକାରୀ ଏଜେନ୍ସି ଏହି ସମନ ପଠାଇଛି। ଅଭିଯୋଗ ରହିଛି ଯେ, ଧୀରଜ ସାହୁ ହେମନ୍ତ ସୋରେନ୍‌ଙ୍କୁ ବିଏମ୍‌ଡବ୍ଲୁ ଦେଇଥିଲେ। ଅଧିକାରୀଙ୍କ ସୂଚନା ଅନୁସାରେ, ଇଡି ଟିମ୍‌ ମନି ଲଣ୍ଡରିଂ ସହିତ ଜଡିତ ମାମଲାରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ପଚରା ଉଚରା କରିବାକୁ ଚାହେଁ।

ଉଲ୍ଲେଖନୀୟ ଯେ, ୬୪ ବର୍ଷୀୟ କଂଗ୍ରେସ ସାଂସଦ ଧୀରଜ ସାହୁ ସେତେବେଳେ ମଧ୍ୟ ଖୁବ୍ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ଡିସେମ୍ବର ମାସରେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ୩୫୧.୮ କୋଟି ଟଙ୍କା କ୍ୟାସ୍ ଜଗତ କରିଥିଲା। ସେତେବେଳେ ଆୟକର ବିଭାଗ ଟିମ୍ ଓଡିଶାର ଏକ କମ୍ପାନୀ ବୌଦ୍ଧ ଡିଷ୍ଟିଲେରୀ ପ୍ରାଇଭେଟ୍ ଲିମିଟେଡ୍(ବିଡିପିଏଲ) ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେତେବେଳେ ଏହି କଥା ସାମନାକୁ ଆସିଥିଲା ଯେ, କମ୍ପାନୀକୁ କଂଗ୍ରେସ ସାଂସଦଙ୍କ ପରିବାର ପ୍ରମୋଟ କରୁଛି। 

ଇଡି ହେମନ୍ତ ସାହୁଙ୍କୁ ହେମନ୍ତ ସୋରେନ୍‌ଙ୍କ ସହିତ ତାଙ୍କର କନେକ୍ସନ ବିଷୟରେ ପଚରା ଉଚରା କରିବାକୁ ଚାହେଁ। ଏହାଛଡା କିଛି ସମୟ ପୂର୍ବରୁ ଇଡି ଟିମ୍‌ ଦିଲ୍ଲୀରେ ଜେଏମ୍ଏମ୍ ନେତାଙ୍କ ଘରକୁ ଯାଇ ବିଏମ୍‌ଡବ୍ଲୁ ଏସ୍‌ୟୁଭି ଜବତ କରିଥିଲା ସେହି ମାମଲାରେ ମଧ୍ୟ ଧିରଜ ସାହୁଙ୍କୁ ପଚରା ଉଚରା କରିବାକୁ ଚାହେଁ। ତଦନ୍ତକାରୀ ଏଜେନ୍ସି ବୁଧବାର ଗୁରଗ୍ରାମର କରଦାରପୁର ଗାଁର ଏକ ସ୍ଥାନରେ ଚଢାଉ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.