ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝିଅକୁ ମିଳୁନି ଭିନ୍ନକ୍ଷମ ଭତ୍ତା, ଜିଲ୍ଲାପାଳଙ୍କୁ ଗୁହାରୀ କଲେ ବାପା

ଫୁଲବାଣୀ, ୧୯/୩ : ଜନ୍ମରୁ ଭିନ୍ନକ୍ଷମ, କଥା କହି ପାରନ୍ତି ନାହିଁ । ପ୍ରମାଣ ପତ୍ର ମଧ୍ୟ ଅଛି । ହେଲେ ଭିନ୍ନକ୍ଷମ ଭତ୍ତାଟିଏ ପାଇଁ ବାରମ୍ବାର ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ହେଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ମିଳିନାହିଁ। ଶେଷରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଭିନ୍ନକ୍ଷମ ଭତ୍ତାଟିଏ ମଞ୍ଜୁର କରାଇବା ପାଇଁ ଗୁହାରୀ କରିଛନ୍ତି ବାପ ଝିଅ। ଏଭଳି ଘଟଣା ଘଟିଛି ଚକାପଦା ବ୍ଲକ ଅନ୍ତର୍ଗତ ଅର୍ଚାଙ୍ଗି ଗ୍ରାମରେ। 

ଅଭିଯୋଗ ଅନୁଯାୟୀ, ଚକାପଦା ବ୍ଲକ ଅନ୍ତର୍ଗତ ଅର୍ଚାଙ୍ଗି ଗ୍ରାମର ବିମଳ ବେହେରାଙ୍କ ଝିଅ ସୁନୀତା ବେହେରା (୨୩ ବର୍ଷ) ଜନ୍ମରୁ ମୂକ ବଧିର। ଭିନ୍ନକ୍ଷମ ଭତ୍ତା ପାଇଁ ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ହେଲେ ତାଙ୍କୁ ଭତ୍ତା ମିଳି ନଥିଲା। ବାରମ୍ବାର ଅଭିଯୋଗ କରି କରି ନୟାନ୍ତ ହେବା ପରେ ଶେଷରେ ସୁନୀତା ଓ ତାଙ୍କ ପିତା କନ୍ଧମାଳ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲଙ୍କୁ ଭେଟି ଅନୁରୋଧ କରିଛନ୍ତି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.