ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଆରବୀ ଶିଖାଇବା ନାମରେ ଚାଲିଥିବା ‘ଜେହାଦୀ’ ପାଠଶାଳା, ଏନ୍ଆଇଏ ଚଢାଉରେ ମିଳିଲା ଆଶ୍ଚର୍ଯ୍ୟକର ଜିନିଷ

ନୂଆଦିଲ୍ଲୀ,୧୭।୯: ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନ୍‌ଆଇଏ) ଶନିବାର ତାମିଲନାଡୁର ୩୧ଟି ସ୍ଥାନରେ ଚଢାଉ କରିଛି। କୋଏମ୍ବାଟୁର ଓ ଚେନ୍ନାଇ ବ୍ୟତୀତ ତାମିଲନାଡୁରୁ ବାହାରେ ହାଇଦ୍ରାବାଦରେ ମଧ୍ୟ ଚଡାଉ କରାଯାଇଛି। ଏଜେନ୍ସିର କହିବା ଅନୁସାରେ,ଏହି ସ୍ଥାନରେ ଆରବୀ ଭାଷା ଶିଖାଇବା ନାମରେ ଚାଲିଥିବା କ୍ଲାସେସ୍‌ରେ ଛାତ୍ରଙ୍କୁ ‘ଜିହାଦ’ କୋଚିଂ ଦିଆଯାଉଥିଲା। ଏନ୍‌ଆଇଏର କହିବା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ହ୍ବାଟସଆପ୍‌ରେ  ମଧ୍ୟ କଟ୍ଟରପନ୍ଥୀ ବାର୍ତ୍ତା ପ୍ରଚାର କରାଯାଉଥିଲା।

ଏଜେନ୍ସିର କହିବା ଅନୁସାରେ, ଏହି ସ୍ଥାନରୁ ୬୦ ଳକ୍ଷ ଟଙ୍କାର କ୍ୟାସ୍ ଓ ବହୁ ବହି ଜବତ କରାଯାଇଥିଲା, ଯାହାକି ଆରବୀ ଭାଷା ବ୍ୟତୀତ ଅନ୍ୟ ଭାଷାରେ ଥିଲା। ଏଜେନ୍ସିର କହିବା ଅନୁସାରେ, ଚଢାଉ ବେଳେ ଜବତ କରାଯାଇଥିବା ଲାପଟପ୍, ମୋବାଇଲ ଫୋନ୍‌ ଓ ଡିସ୍କର ଯାଞ୍ଚ କରାଯାଉଛି। ଏନ୍‌ଆଇର କହିବା ଅନୁସାରେ, ଅକ୍ଟୋବର ୨୦୨୨ରେ କୋଏମ୍ବାଟୁରରେ ହୋଉଥିବା ସିଲିଣ୍ଡର ବ୍ଲାଷ୍ଟର ମଧ୍ୟ ଏଭଳି ସେଣ୍ଟର ସହିତ ସମ୍ପର୍କ ରହିଛି। 

ଏନ୍‌ଆଇଏର କହିବା ଅନୁସାରେ, ଏହି ସେଣ୍ଟର ଉପରେ ଆଇଏସଆଇଏସ୍‌ରୁ ପ୍ରଭାବିତ ଲୋକଙ୍କ ବିରୋଧରେ ବିଚାରଧାରାର ପ୍ରଚାର କରୁଥିଲେ। ସେ ଭାରତର ସମ୍ବିଧାନର ସିଦ୍ଧାନ୍ତକୁ ନମାନିବା କଥା କୁହନ୍ତି। ସେ  ପୂର୍ବରୁ ଯୁବକଙ୍କ ମାଇଣ୍ଡଓ୍ବାଶ୍‌ କରନ୍ତି ଓ ପୁଣିଥରେ ତାଙ୍କୁ କଟ୍ଟର କରି ଆତଙ୍କୀ ସଂଗଠନରେ ସାମିଲ କରିନେଇଥାନ୍ତି। ତାଙ୍କଦ୍ବାରା ବେଆଇନ ଗତିବିଧି କରାଇଥାନ୍ତି। ଗତ ବର୍ଷ ଆତ୍ମଘାତୀ ଆକ୍ରମଣୀ କରିଥିବା ଜମେଶ ମୁବିନ୍‌ କୋଏମ୍ବାଟୁରର କୋଭାଇ ଅରେବିକ୍‌ କଲେଜରେ ପଢୁଥିଲା। ଏହାଛଡା ତା’ର ଆଉ ୨୫ କଲେଜମେଟ୍ ଥିଲେ।

କୋଏମ୍ବାଟୁରର ଆରବୀ କଲେଜର ଗତିବିଧିକୁ ନେଇ ନିକଟରେ ଏନ୍‌ଆଇଏ କେସ୍ ରୁଜୁ କରିଥିଲା। ଶନିବାର କୋଏମ୍ବାଟୁରରେ ୨୨ଟି ସ୍ଥାନରେ, ଚେନ୍ନାଇରେ ତିନୋଟି ସ୍ଥାନରେ ଚଢାଉ କରିଥିଲା। କୋଏମ୍ବାଟୁରରେ ଡିଏମ୍‌କେ ପରିଷଦ ଏମ୍ ମୁବାସିରାର ଘରେ ଚଢାଉ କରାଯାଇଥିଲା। ଏନ୍‌ଆଇଏର ଚଢାଉରେ ବିଦେଶୀ ମୁଦ୍ରା ମଧ୍ୟ ଜବତ କରାଯାଇଥିଲା ଏଥିରେ ୧୮୨୦୦ ଆମେରିକୀୟ ଡଲାର ଥିଲା। ଏହାଛଡା ଆପତ୍ତିଜନକ ବହି ମିଳିଥିଲା। କୋଏମ୍ବାଟୁର ଆକ୍ରମଣ ପରେ ଏକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା, ଯାହାର ନାଁ ମହମ୍ମଦ ଆଝାରୁଦ୍ଧିନ୍ ଥିଲା। ଏହି ମାମଲାରେ ଗିରଫ ହୋଇଥିବା ସେ ୧୩ ତମ ବ୍ୟକ୍ତି ଥିଲା। ଏହାଦ୍ବାରା ଏନ୍‌ଆଇଏକୁ ବହୁ ଜରୁରୀ ତଥ୍ୟ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.