ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୀମାନ୍ତରେ ମାତିଲେ ମାଓବାଦୀ , ଭୋଟ ବର୍ଜନର ଧମକ ଦେଇ ଲଗାଇଲେ ବ୍ୟାନର ଓ ପୋଷ୍ଟର

ମାଲକାନଗିରି - ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ । ଭୋଟ ବର୍ଜନ ପାଇଁ ଧମକ ଦେଇ ବିଭିନ୍ନ ସ୍ଥାନରେ ଲଗାଇଲେ ବ୍ୟାନର ଓ ପୋଷ୍ଟର। ସୂଚନା ଆଧାରରେ, ସୀମାନ୍ତ ପଡୋଶୀ ଜିଲ୍ଲା ସୁକୁମାର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଓ ପୋଷ୍ଟର ଦେଖୁବାକୁ ମିଳିଛି। ସୁକମା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓବାଦୀ ପୋଷ୍ଟର ମାରିବା ସହ ବ୍ୟାନରରେ ୧୮ତମ ଲୋକସଭା ନିର୍ବାଚନକୁ ବହିଷ୍କାର କରି ଭୋଟ ବର୍ଜନର ଆହ୍ବାନ ଦେଇଛନ୍ତି।

ଭୋଟ ମାଗିବାକୁ ଆସିଲେ କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କୁ ମାଡ଼ ମାରି ତଡ଼ନ୍ତୁ ବୋଲି କହିଛନ୍ତି। ପୁଲିସର ଗୁଣ୍ଡାଗିରି ଏବଂ କର୍ପୋରେଟର, ଖଣି ମାଫିଆ ଆମର ଶତ୍ରୁ ବୋଲି ନକ୍ସଲ ବ୍ୟାନରରେ ଦର୍ଶାଇଛନ୍ତି। କଂଗ୍ରେସ ନେତା ଜମିତ ଭଦ୍ରା ଏବଂ ସରପଞ୍ଚ ବିସେଲ ନାଗଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଧମକ ଦେଇଛନ୍ତି।

ଉକ୍ତ ବ୍ୟାନରରେ ଅନ୍ୟ କିଛି ଗ୍ରାମବାସୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି, ଯାହାଙ୍କୁ ଜନ ଅଦାଲତରେ ଦଣ୍ଡିତ କରାଯିବ। ତେଣୁ ନିର୍ବାଚନକୁ ବହିଷ୍କାର କରିବା ସହ ନେତାମାନଙ୍କୁ ଗାଁରୁ ତଡିବାକୁ ଅନୁରୋଧ କରିଛନ୍ତି। ପୁଲିସର ଇନଫର୍ମର ସାଜି ଥିବା ଲୋକେ ଏବେଠାରୁ ସୁଧୁରି ଯିବାକୁ ଚେତାବନୀ ଦେଇଛନ୍ତି। ନଚେତ ସେମାନଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଭୋଗିବାକୁ ପଡିବ ବୋଲି ଧମକ ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.