ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଷ୍ଟମ୍ ଫେଲ୍‌, ଅନ୍ଧାରରେ ପୁରା ଶ୍ରୀଲଙ୍କା

କଲମ୍ବୋ,୯।୧୨: ପୁଣିଥରେ ଶ୍ରୀଲଙ୍କାରେ ବିଜୁଳି ସଙ୍କଟ ଗମ୍ଭୀର ସମସ୍ୟା ପାଲଟିଛି। ପ୍ରାୟ ପୁରା ଦେଶ ଏବେ ଅନ୍ଧାରରେ ରହିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସିଷ୍ଟମ ଫେଲ୍ ହେବା କାରଣରୁ ପ୍ରାୟ ଶ୍ରୀଲଙ୍କାର ଅଧିକାଂଶ ସହର ଏବେ ଅନ୍ଧାର ଭିତରେ ରହିଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି, ପୁରା ଦେଶରେ ବିଜୁଳି କାଟ୍‌ ହେଉଛି। ଶ୍ରୀଲଙ୍କାର ଇଲେକ୍ଟ୍ରିସିଟି ବୋର୍ଡର କହିବା ଅନୁସାରେ, ମୁଖ୍ୟ ଲାଇନ୍‌ କଟିଯିବା କାରଣରୁ ଏଭଳି ହୋଇଛି। ଖୁବ୍ ଶୀଘ୍ର ଏହାକୁ ଠିକ୍ କରିବାକୁ ପଦକ୍ଷେପ ନିଆଯାଉଛି। 

୨୦୨୨ ରେ ଗମ୍ଭୀର ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କାର ଲୋକଙ୍କୁ ୧୦ ଘଣ୍ଟାର ବିଜୁଳି କାଟ୍‌ର ସାମନା କରିବାକୁ ପଡିଥିଲା। ଏହା ବଜାରକୁ ଅସ୍ତବ୍ୟସ୍ତ କରିଦେଇଥିଲା। ପରେ ବିଜୁଳି ନିୟାମକ ୧୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଇନ୍ଧନ ବଞ୍ଚାଇବା ପାଇଁ ଘରୁ କାମ କରିବାକୁ କହିଛି। ବିଦେଶୀ ମୁଦ୍ରାର ଅଭାବ କାରଣରୁ ଶ୍ରୀଲଙ୍କା ଇନ୍ଧନ ସିପ୍‌ମେଣ୍ଟ ପାଇଁ ଟଙ୍କା ଦେବାରେ ଅସମର୍ଥନ। ଏଥିରେ ବିଜୁଳି ସଙ୍କଟ ମଧ୍ୟ ରହିଛି।   

ଶ୍ରୀଲଙ୍କାର ସାର୍ବଜନିକ ଉପଯୋଗିତା ଆୟୋଗ ଅଧ୍ୟକ୍ଷ ଜନକ ରତ୍ନନାୟକ କହିଛନ୍ତି, ଆମେ ସରକାରଙ୍କୁ ସାର୍ବଜନୀକ କ୍ଷେତ୍ର, ଯେଉଁଥିରେ ପ୍ରାୟ ୧୩ ଲକ୍ଷ କର୍ମଚାରୀ ରହିଛନ୍ତି, ତାଙ୍କୁ ଆଗାମୀ ଦୁଇ ଦିନ ପାଇଁ ଘରୁ କାମ କରିବାର ଅନୁମତି ଦେବାର ଅନୁରୋଧ କରିଛୁ, ଫଳରେ ଆମେ ଇନ୍ଧନ ଓ ବିଜୁଳିର ଅଭାବକୁ ଭଲ ଭାବରେ ପରିଚାଳନା କରିପାରିବୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.