ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ରେଲଓ୍ୱେ‌ ଷ୍ଟେସନ୍‌ରୁ ଲସ୍କର ଆତଙ୍କବାଦୀ ଗିରଫ, ଅବସରପ୍ରାପ୍ତ ସୈନିକରୁ ଜିହାଦୀ ପାଲଟିଥିଲା ରିୟାଜ

ନୂଆଦିଲ୍ଲୀ,୬।୨: ଦିଲ୍ଲୀରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଲସ୍କରର ଜଣେ ସକ୍ରିୟ ସଦସ୍ୟକୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀର ନାଁ ରିୟାଜ ଅହମ୍ମଦ। ରିୟାଜ ପୂର୍ବରୁ ଭାରତୀୟ ସେନାରେ କାମ କରୁଥିଲା। ଗିରଫ ଆତଙ୍କବାଦୀ ଜଣକ ହେଉଛି ଜଣେ ଅବସରପ୍ରାପ୍ତ ସୈନିକ। ତା' ନାଁ ରିଆଜ ଅହମ୍ମଦ ବୋଲି ପୁଲିସ ସୂଚନା ଦେଇଛି। ଗୁଇନ୍ଦା ସୂଚନା ଆଧାରରେ ପୋଲିସ  ଗତ ୪ ତାରିଖରେ ନୂଆ ଦିଲ୍ଲୀର ରେଲଓ୍ୱେ ଷ୍ଟେସନରୁ ରିଆଜକୁ ଗିରଫ କରିଥିଲା। ରିଆଜ ଏଲ୍‌ଓସି ଆରପଟୁ ହ୍ୟାଣ୍ଡଲର ହତିଆର ଓ ଗୋଳା ବାରୁଦ ପଠାଉଥିଲା। ସେ ଆତଙ୍କବାଦୀମାନଙ୍କ ମୁଖ୍ୟ ଖୁର୍ସିଦ ଅହମ୍ମଦ ରାଥର ଓ ଗୁଲାମ ସରଓ୍ୱର ରାଥର ସହ ମିଶି ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ରଚିବାରେ ସାମିଲ ଥିଲା। 

ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ୍‌ ଓ ଅନେକ ସିମ୍‌ କାର୍ଡ ଜବତ ହୋଇଛି। କୁହାଯାଉଛି ଯେ, ରିଆଜ ଅହମ୍ମଦ ଆର୍ମିରୁ ଅବସର ନେଇ ସାରିଛନ୍ତି। ସେ ନିଜର ନେତାଙ୍କ ପାଇଁ ପୁରା ଏଲଓସିରେ ହତିଆର ଓ ଗୋଳା ବାରୁଦ ରିସିଭ୍ କରିବାର କାମ କରୁଥିଲା। ନିକଟରେ କୁପଓ୍ବାରାରୁ ଧରା ପଡିଥିବା ସନ୍ଦିଗ୍ଧ ଆତଙ୍କବାଦୀର ନାଁ ଖୁଲାସା ହୋଇଛି। ଜମ୍ମୁ ଓ କାଶ୍ମୀର ପୋଲିସ ୫ ଅଭିଯୁକ୍ତକୁ ଗିରଫ କରି ତାଙ୍କ ପାଖରୁ ୫ଟି ରାଇଫଲ, ୫ ମାଗଜିନ୍ ଓ ୧୬ ଟି ଛୋଟ ଗୁଳି ଜବତ କରାଯାଇଛି। ଏନେଇ କୁପଓ୍ବାରା କରନହାନ ଥାନାରେ ମାମଲା ରକୁ କରାଯାଇଛି। 

ରେଲଓ୍ୱେ ଡିସିପିଙ୍କ କହିବା ମୁତାବକ, ନିକଟରେ କୁପଓ୍ୱାଡା ବାସିନ୍ଦା ରିଆଜ ଆତଙ୍କୀ ମଡ୍ୟୁଲ ମାମଲାରେ ଓ୍ୱାଣ୍ଟେଡ୍‌ ଥିଲା।   ଦିଲ୍ଲୀ ରେଲଓ୍ୱେ ଷ୍ଟେସନରେ ପୁଲିସକୁ ଦେଖି ରିଆଜ୍‌ ଫେରାର ହେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଷ୍ଟେସନର ଏଗ୍‌ଜିଟ୍‌ ଗେଟ୍ ନମ୍ବର-୧ରୁ ତାକୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.