ମାଲକାନଗିରି,୧୬।୫(ଆପ୍ର): ଚଳିତ ନିର୍ବାଚନ ରେ ମାଲକାନଗିରି ଜିଲ୍ଲା ରେ ପୁରୁଷ ମତଦାନ ଅପେକ୍ଷା ମହିଳା ମତଦାନ ହାର ଅଧିକ ଦେଖାଦେଇଛି। ବିଶେଷ କରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ସ୍ୱାଭିମାନ ଅଞ୍ଚଳ ଓ ବଣ୍ଡାଘାଟି ରେ ଅଧିକ ସଂଖ୍ୟକ ମହିଳା ମାନେ ଧାଡିରେ ଠିଆ ହୋଇ ଭୋଟ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ମତଦାନ ହାର ୭୬ପ୍ରତିଶତ ଥିବା ବେଳେ ୧୪୭ମାଲକାନଗିରି ନିର୍ବାଚନ ମଣ୍ଡଳୀ ରେ ୭୬.୨୬ପ୍ରତିଶତ ଓ ୧୪୭ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୭୫.୮୨ ପ୍ରତିଶତ ମତଦାନ ହୋଇଛି।
ଗତ ୧୩ ତାରିଖ ଦିନ ମାଲକାନଗିରି ଜିଲ୍ଲାର ୧୪୬ ମାଲକାନଗିରି ନିର୍ବାଚନମଣ୍ଡଳୀ ଓ ୧୪୭ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛିା ଦୁଇଟି ନିର୍ବାଚନମଣ୍ଡଳୀ ପୁରୁଷଙ୍କ ଅପେକ୍ଷା ମହିଳା ମାନେ ଅଧିକ ସଂଖ୍ୟାରେ ଭୋଟ ଦେଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟଳୟ ସୂତ୍ରରୁ ଜଣାପଡିଛିା
ମାଲକାନଗିରି ଜିଲ୍ଲା ରେ ମୋଟ ଭୋଟର ସଂଖ୍ୟା ୪ଲକ୍ଷ ୫୨ହଜାର ୫୪୪ ଜଣ ଥିବା ବେଳେ ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୨୧୯୪୨୬ଜଣ ମହିଳାଙ୍କ ସଂଖ୍ୟା ୨୩୩୦୭୨ ଜଣ ଓ ତୃତୀୟା ଲିଙ୍ଗ ୪୬ଜଣ ଅଛନ୍ତି । ଚଳିତ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ମୋଟ ୧୬୭୫୦୭ଜଣ ପୁରୁଷ ଭୋଟର ମତଦାନ କରିଥିବାବେଳେ ୧୭୬୮୮୭ଜଣ ମହିଳା ଭୋଟର ମତଦାନ କରିଛନ୍ତି ଓ ୨୬ ଜଣ ତୃତୀୟ ଲିଙ୍ଗ ଭୋଟର ମତଦାନ କରିଛନ୍ତିା ପୁରୁଷ ଙ୍କ ଠାରୁ ଅଧିକ ୯୩୮୦ ଜଣ ମହିଳା ଭୋଟର ମତଦାନ କରିଥିବାର ଜଣାପଡିଛି। ଏଥିରୁ ଜଣାପଡୁଛି ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଞ୍ଚଳର ମହିଳା ମାନେ କେଉଁଗୁଣ ରେ କମ ନୁହଁନ୍ତି, ସେମାନେ ନିର୍ବାଚନ ରେ ମୂଖ୍ୟ ଭୂମିକା ନିର୍ବାହ କରି ଗଣ ତନ୍ତ୍ର ର ମହାପର୍ବ ରେ ସାମିଲ ହୋଇ ନିଜର ମୂଲ୍ୟବାନ ଭୋଟ ଦାନ କରିଛନ୍ତି। ବିଶେଷ କରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ସ୍ୱାଭିମାନ ଅଞ୍ଚଳ ଓ ବଣ୍ଡାଘାଟି ରେ ପୁରୁଷ ଅପେକ୍ଷା ମହିଳା ମାନେ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି।
୧୪୬ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ମୋଟ ୨୪୬୯୯୮ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୧୨୧୦୯୦ ଜଣ ପୁରୁଷ ଭୋଟର ଙ୍କ ମଧ୍ୟରୁ ୯୨୧୨୮ଜଣ ପୁରୁଷ ଭୋଟର ମତଦାନ କରିଥିଲୋ ସେହିପରି ମହିଳା ଭୋଟର ସଂଖ୍ୟା ମୋଟ ୧୨୫୮୭୫ ଜଣ ଥିବା ବେଳେ ସେଥିମଧ୍ୟରୁ ୯୬୪୩୨ ଜଣ ମହିଳା ଭୋଟର ମତଦାନ କରିଥିଲେ ଏବଂ ତୃତୀୟ ଲିଙ୍ଗ ୩୩ ଜଣ ଥିବା ବେଳେ ସେଥିମଧ୍ୟରୁ ୧୭ ଜଣ ତୃତୀୟ ଲିଙ୍ଗ ମତଦାନ କରିଥିଲୋ
ଅନୁରୂପ ୧୪୭ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨୦୫୫୪୬ ଜଣ ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ୯୮୩୩୬ ଜଣଙ୍କ ମଧ୍ୟରୁ ୭୫୩୭୯ ଜଣ ପୁରୁଷ ଭୋଟର ମତଦାନ କରିଥିଲୋ ସେହିପରି ମହିଳା ଭୋଟର ସଂଖ୍ୟା ମୋଟ ୧୦୭୧୯୭ଥିବା ବେଳେ ସେଥିମଧ୍ୟରୁ ୮୦୪୫୫ ଜଣ ମହିଳା ଭୋଟର ନିଜର ମତଦାନ କରିଛନ୍ତି ।ତୃତୀୟ ଲିଙ୍ଗ ୨୬ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୯ ଜଣ ମତଦାନ କରିଥିବାର ଜଣାପଡିଛି। ଚଳିତ ନିର୍ବାଚନ ରେ ମାଲକାନଗିରି ଜିଲ୍ଲାରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମତଦାନ ହାର ମଧ୍ୟ ଅଧିକ ଥିବାର ଜଣାପଡିଛି।