ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଡି ଆକ୍ସନ ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ନିଖୋଜ: ଦିଲ୍ଲୀ ବାସ ଭବନରୁ ମିଳିଲା ନଗଦ ୩୬ ଲକ୍ଷ ଟଙ୍କା କ୍ୟାସ୍, ବିଏମ୍‌ଡବ୍ଲୁ କାର

ନୂଆଦିଲ୍ଲୀ,୩୦।୧:ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଚଢାଉ। ସୋମବାର ଇଡିର ଚଢାଉ ବେଳେ ‌ସୋରେନଙ୍କ ବାସଭବନରୁ ନଗଦ ୩୬ ଲକ୍ଷ କ୍ୟାସ୍ ସହିତ କାର ଓ ଜରୁରୀ କାଗଜପତ୍ର ମିଳିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ତଦନ୍ତକାରୀ ଏଜେନ୍ସିର ସାକ୍ଷାତ ହୋଇପାରିନି। ରବିବାର ପର୍ଯ୍ୟନ୍ତ ହେମନ୍ତ ସୋରେନ୍ ଦିଲ୍ଲୀରେ ଥିବାର ସୂଚନା ଥିଲା। 

ଇଡି ଟିମ୍ ସୋମବାର ସକାଳେ ଦିଲ୍ଲୀର ଶାନ୍ତି ନିକେତନରେ ଥିବା ସୋରେନଙ୍କ ବାସଭବନରେ ପହଁଞ୍ଚିଥିଲା। ଟିମ୍ ସେଠାରେ ପ୍ରାୟ ୧୩ ଘଣ୍ଟା ପର୍ଯ୍ୟନ୍ତ ଥିଲା। ଏହି ସମୟରେ ହେମନ୍ତ ସୋରେନ୍ ତାଙ୍କ ଘରେ ନଥିଲେ। ଚଢାଉ ବେଳେ ୩୬ ଲକ୍ଷ ଟଙ୍କା କ୍ୟାସ୍‌ ଜବତ କରାଯାଇଥିଲା। ହରିୟାଣା ନମ୍ବର ପ୍ଲେଟ ଥିବା ଏକ ବିଏମ୍‌ଡବ୍ଲୁ କାର ମଧ୍ୟ ମିଳିଛି, ଯାହାକି ବେନାମୀ ନାଁରେ ରେଜିଷ୍ଟର୍ଡ ରହିଛି। ଏହାଛଡା କିଛି ଜରୁରୀ କାଗଜପତ୍ର ମିଳିଛି।

ଇଡି ଆକ୍ସନ ପରେ ହେମନ୍ତ ସୋରେନ୍ ଏବେ ନିଖୋଜ। ସେ ଏବେ କେଉଁଠି ଅଛନ୍ତି ତାହା କାହାକୁ ଜଣାନାହିଁ। ଏପରିକି ସେ ତାଙ୍କ ଫୋନ୍‌କୁ ମଧ୍ୟ ବନ୍ଦ କରିକି ରଖିଛନ୍ତି। କିଭଳି ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଇଡି ଡରରେ ନିଖୋଜ ହୋଇଯାଇଛନ୍ତି ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ତେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ମେଲ୍‌ ଆସିଛି, ଯେଉଁଥିରେ ଉଲ୍ଲେଖ କରାଯାଇଛି ହେମନ୍ତ ସୋରେନ୍‌ ୩୧ ଜାନୁଆରୀରେ ରାଞ୍ଚି ସ୍ଥିତି ଇଡି କାର୍ଯ୍ୟାଳୟରେ ପହଁଞ୍ଚି ତଦନ୍ତରେ ସହଯୋଗ କରିବେ। ଜମି ଦୁର୍ନୀତି ମାମଲାରେ ଏପର୍ଯ୍ୟନ୍ତ ସୋରେନ୍‌ଙ୍କ ନାଁରେ ୧୦ଟି ସମନ୍ ଯାଇ ସାରିଲାଣି, ତଥାପି ସବୁ ଥର ସେ ଏହାକୁ ଅଣଦେଖା କରି ଚାଲିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.