ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଶିବଲିଙ୍ଗ ପାଖରେ ହାତ ଧୋଇଲେ ୟୁପିର ମନ୍ତ୍ରୀ ! କଂଗ୍ରେସ କହିଲା- ଏମାନଙ୍କର ଆସ୍ଥା କେବଳ ରାଜନୈତିକ

ଲକ୍ଷ୍ନୌ,୪।୯: ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ସତୀଶ ଶର୍ମାଙ୍କ କାର୍ଯ୍ୟକଳାପକୁ ନେଇ ହଙ୍ଗାମା। ଶିବଲିଙ୍ଗ ନିକଟରେ ସତୀଶ ହାତ ଧୋଇବାକୁ ନେଇ ଆରମ୍ଭ  ସୃଷ୍ଟି ହୋଇଛି ବିବାଦ।  କଂଗ୍ରେସ ଓ ସମାଜବାଦୀ ପାର୍ଟି ସୋସିଆଲ ମିଡିଆରେ ସତୀଶ ଶର୍ମାଙ୍କ ଭିଡିଓ ପୋଷ୍ଟ କରି ତାଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ବିଜେପି ନେତାଙ୍କ ଆସ୍ତାକୁ ରାଜନୈତିକ ବୋଲି କହିଛି, ସେଭଳି ସମାଜବାଦୀ ପାର୍ଟି ନେତା ପ୍ରଶ୍ନ କରିଛନ୍ତି, ଯଦି ଏଭଳି କାମ ଅନ୍ୟ କୌଣସି ଜାତିର ଲୋକ କରିଥାନ୍ତେ ତେବେ କ’ଣ ହୋଇଥାନ୍ତା ?

କଂଗ୍ରେସ ଓ ସମାଜବାଦୀ ପାର୍ଟି ନେତା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସତୀଶ ଶର୍ମାଙ୍କ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଶିବଲିଙ୍କର ଠିକ୍ ପାଖରେ ହାତ ଧୋଉଥିବାର ଦେଖିବାକୁ ମିଳୁଛନ୍ତି। ଏହି ଭିଡିଓରେ ଠିକ୍ ତାଙ୍କ ପାଖରେ ମନ୍ତ୍ରୀ ଜିତିନ ପ୍ରସାଦ ମଧ୍ୟ ଦେଖାଯାଉଛନ୍ତି। ସେ ହାତ ଯୋଡି ଠିଆ ହୋଇଛନ୍ତି।

ଭିଡିଓ ସେୟାର କରି କଂଗ୍ରେସ ଲେଖିଛି, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ସତୀଶ ଶର୍ମା ଶିବାଳୟରେ ଶିବଲିଙ୍ଗର ଅର୍ଘ୍ୟକୁ ଲଗାଇ ହାତ ଧୋଉଛନ୍ତି। ପାଖରେ ଆଉ ଜଣେ ମନ୍ତ୍ରୀ ଜିତିନ ପ୍ରସାଦ ଠିଆ ହୋଇ ସବୁ ଦେଖୁଛନ୍ତି। ଧର୍ମ ନାଁରେ ଦେବାଦେବୀଙ୍କ ନାମରେ ରାଜନୀତି କରୁଥିବା ଲୋକ ଓ କ୍ଷମତା ଚାହୁଁଥିଲା ଲୋକଙ୍କ ପାଖରେ ଟିକେ ବି ବୁଦ୍ଧି ନାହିଁ। ଶିବଲିଙ୍ଗ ନିକଟରେ ହାତ ଧୁଅନ୍ତି ନାହିଁ। ଏଭଳି ଲୋକ ଆମର ଆସ୍ଥା, ଆମର ବିଶ୍ବାସ, ଆମର ଦେବୀ-ଦେବତାଙ୍କ କେବଳ ରାଜନୀତି ଉଦେଶ୍ୟ ପୂରଣ କରିବାର କେବଳ ସାଧନ ମାତ୍ର। ତାଠାରୁ ଅଧିକ ନାଁ ତାଙ୍କୁ ଇଶ୍ବରଙ୍କ ନିକଟରେ ଆସ୍ଥା ଅଛି, ନା ଜନତାଙ୍କ ଆସ୍ଥାରେ ବିଶ୍ବାସ।’

minister
uttarpradesh

Copyright © 2022 - Summa Real Media Private Limited. All Rights Reserved.