ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଘରେ ଏହି କାମ କରିବା ଆରମ୍ଭ କରି ଦିଅନ୍ତୁ

ନୂଆଦିଲ୍ଲୀ : ୱେଟ୍‌ ଲସ୍‌ ବା ଓଜନ ହ୍ରାସ କରିବା ଆଜିକା ସମୟରେ ଯେମିତି ସମସ୍ତଙ୍କ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।ଏଥିପାଇଁ ଲୋକେ ବିଭିନ୍ନ ପ୍ରକାରର ରେସିପ୍‌ ଓ ଉପାୟ ଆପଣାଇଥାନ୍ତି। କିନ୍ତୁ ବ୍ୟାୟାମ ଓ ଫିଜିକାଲ ୱାକ୍‌ର କୌଣସି ବିକଳ୍ପ ନାହିଁ। ଯଦି ଆପଣ ଚାହାନ୍ତି ଖୁବ୍‌ ଜୋରରେ ଆପଣଙ୍କ ମୋଟାପା କମାଇବା ପାଇଁ, ଏଥିପାଇଁ ଫିଜିକାଲ ୱାର୍କ ଖୁବ୍‌ ଜାରୁରୀ। ଜିମ୍‌ ଯିବାକୁ ଯଦି ସମୟ ମିଳୁନି ବା ଅଫିସ୍‌ କାମରେ ପୂରା ଦିନ ଶେଷ ହୋଇ ଯାଉଛି ତ ଘରର ଏହି କାମକୁ ଡେଲି ରୁଟିନ୍‌ରେ ସାମିଲ କରନ୍ତୁ। ଖୁବ୍‌ ଶୀଘ୍ର ଓଜନ ହ୍ରାସ କରିବା ଆରମ୍ଭ ହୋଇଯିବ। 

କପଡ଼ା ଧୋଇବା – କପଡ଼ା ଧୋଇବା ପାଇଁ ଆପଣ ମେସିନ୍‌ ସ୍ଥାନରେ ହାତର ବ୍ୟବହାର କରନ୍ତୁ। ଏଥିରେ କାନ୍ଧ ଓ ହାତର ସ୍ୱତନ୍ତ୍ର ଭାବେ ଏକ୍ସରସାଇଜ୍‌ କରିବାର ଆବଶ୍ୟକତା ପଡ଼ିବ ନାହିଁ। ପୋଷାକ ଧୋଇବା ବେଳେ ହାତର ଭଲ ଭାବେ ଏକ୍ସରସାଇଜ୍‌ ହୋଇ ଯାଏ। ଯାହା  ଜିମ୍‌ରେ ଅଲଗା ଭାବେ ବର୍ବାଦ ହେବାରୁ ମଧ୍ୟ ବଞ୍ଚାଇବ ଏବଂ ହାତକୁ ସ୍ଲିମ୍‌ କରିବ। 

ପୋଛା ଲଗେଇବା – ପୂରା ଘରେ ବସି ଓ ନଇଁ ପଡ଼଼ି ପୋଛା ଲଗେଇବା ବେଷ୍ଟ ଏକ୍ସରସାଇଜ୍‌। ଯଦି ଆପଣଙ୍କ ପାଖରେ ଜିମ୍‌ ଯିବାର ସମୟ ନାହିଁ ତ ପ୍ରତିଦିନ ବସି ଚାଲନ୍ତୁ। ପୂରା ଘରେ ପୋଛା ଲଗାନ୍ତୁ। ଏଥିରେ ପାଦକୁ ମୋଦି ବସିବାକୁ ପଡ଼ି ଥାଏ। ଯେଉଁଥିରେ ପେଟ ଉପରେ ମଧ୍ୟ ଚାପ ବଢିଥାଏ ଏବଂ ମାଂସପେଶୀରେ ଟେନସନ ବଢିଥାଏ। ଯେଉଁଥିରେ ବେଲି ଫ୍ୟାଟ୍‌କୁ କମାଇବାରେ ସାହାଯ୍ୟ ମିଳିଥାଏ।

ଘରର ଡଷ୍ଟିଂ – ଯଦି ଆପଣ ପୂରା ଘରର ଡଷ୍ଟିଂ କରୁଛନ୍ତି ଏବଂ ସଫା ସୁତୁରାର କାମ କରୁଛନ୍ତି ତ ଏଥିରେ ସଂପୂର୍ଣ୍ଣ ଭାବେ ଫିଜିକାଲ ୱାର୍କଆଉଟ୍‌ ହୋଇଯାଏ। ଏହାସହ ଅଲଗା ଭାବେ ଟାଇମ୍‌ ବାହାର କରି ଜିମ୍‌ ଯିବା ବା ବ୍ୟାୟାମ କରିବାର ଆବଶ୍ୟକତା ପଡ଼ିବ ନାହିଁ। 

ସିଡ଼ି ଚଢିବା – ପୋଷାକ ଶୁଖାଇବା ,ଏହାକୁ ପ୍ରସାରିତ କରିବା ପାଇଁ ଯଦି ଆପଣ ଦିନ ଭିତରେ ଦୁଇରୁ ତିନି ଥର ସିଡି ଚଢି ଯାଆନ୍ତି  ଏବଂ ଓହ୍ଲାଇ ଥାନ୍ତି ତ ଏହା ପାଦ ସହ ପୂରା ବଡ଼ିର କମ୍ପ୍ଲିଟ୍‌ ଏକ୍ସସରସାଇଜ୍‌। ଯାହାକୁ କରିବାରେ ଆପଣଙ୍କୁ ଅଲଗା ପ୍ରକାରରେ ସମୟ ବାହାର କରିବାର ଆବଶ୍ୟକତା ନାହିଁ। କେବଳ ଘରର କାମକୁ କରିବାରେ ହିଁ ଶରୀର ସହଜରେ ସ୍ଲିମ୍‌ ହୋଇଯିବ ଏବଂ ବେଲି ଫ୍ୟାଟ୍‌ ଉଭାନ ହୋଇଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.