ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ର ଆଗାମୀ ଦୁଇ ଫାଇନାଲ ଏହି ଦେଶରେ ହେବ ଆୟୋଜନ, ଆଇସିସି କଲା ଘୋଷଣା

ନୂଆଦିଲ୍ଲୀ,୨୬।୧:  ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ  ଘୋଷଣା କରିଛି ଯେ, ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୫ ଓ ୨୦୨୭ର ଫାଇନାଲ ଇଂଲଣ୍ଡରେ ହେବ। ଏପର୍ଯ୍ୟନ୍ତ ଡବ୍ଲୁଟିସିର ଦୁଇଟି ଫାଇନାଲ ଖେଳା ଯାଇଛି ଓ ଦୁଇଥରର ଆୟୋଜକ ଇଂଲଣ୍ଡ ରହିଛି। ୨୦୨୧ରେ ଏହାର ଆରମ୍ଭ ହୋଇଥିଲା ଓ ଏହାପରେ ୨୦୨୩ ରେ ମଧ୍ୟ ଇଂଲଣ୍ଡ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲର ଆୟୋଜକ ଥିଲା।

ଆଇସିସି ନିଜର ସୋସିଆଲ ରେସପନ୍ସବିଲିଟି ପ୍ରୋଭାଇଡର ପାଇଁ ପ୍ରପୋଜାଲ୍‌ ମାଗଛି, ଯେଉଁଥିରେ ସୂଚନା ମିଳିଛି ଯେ, ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୫ର ଫାଇନାଲ ଜୁନ୍‌ରେ ଲଣ୍ଡନର ଲର୍ଡସ୍‌ରେ ଆୟୋଜିତ ହେବ, ସେଭଳି ୨୦୨୭ର ଫାଇନାଲ ଇଂଲଣ୍ଡରେ ଜୁନ୍‌ରେ ଖେଳାଯିବ। ତେବେ ୨୦୨୭ରେ କେଉଁ ପଡିଆରେ ଆୟୋଜନ ହେବ, ଏହାର ସୂଚନା ଏବେ ମିଳିପାରିନି। ୨୦୨୧ ର ଫାଇନାଲ ସାଉଥେମ୍ପଟନ୍ ଓ ୨୦୨୩ ର ଫାଇନାଲ ଓଭାଲରେ ଖେଳାଯାଇଥିଲା।

ଉଲ୍ଲେଖନୀୟ ଯେ, ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ର ପ୍ରଥମ ସିଜିନ୍‌ର ଫାଇନାଲରେ ଭାରତର ସାମନା ନ୍ୟୁଜିଲାଣ୍ଡ ସହିତ ହୋଇଥିଲା ଓ ସେଥିରେ ନ୍ୟୁଜିଲାଣ୍ଡ ଟିମ୍ ଜିତିଥିଲା। ସେଭଳି ୨୦୨୩ ରେ ମଧ୍ୟ ଭାରତୀୟ ଟିମ୍ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲରେ ପହଁଞ୍ଚିଥିଲା, କିନ୍ତୁ ଏଥର ମଧ୍ୟ ଟିପ୍‌ ଟାଇଟଲଠାରୁ ଦୂରେଇ ରହିଛି। ଭାରତକୁ ଅଷ୍ଟେ୍ରଲିଆ ହାତରୁ ପରାଜୟର ସାମନା କରିବାକୁ ପଡିଛି। ତେବେ ଭାରତୀୟ ଟିମ୍ ଟେଷ୍ଟ କ୍ରିକେଟର ଓ୍ବାର୍ଲ୍ଡକପ୍‌ ଅର୍ଥାତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ଦୁଇଥର ଖେଳିଥିବା ଟିମ୍ ପାଲଟି ଯାଇଛି। ବର୍ତ୍ତମାନ ସମୟରେ ଡବ୍ଲୁଟିସି ୨୦୨୩-୨୫ ର ଆୟୋଜନ ହେଉଛି। ଭାରତୀୟ ଟିମ୍ ଏଥର ଫାଇନାଲରେ ପହଁଞ୍ଚିବାର ଚେଷ୍ଟା କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.