ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବିଜେପି ସରକାରରେ ଉଛୁଳିବ ପୁଞ୍ଜି ବଜାର: ୫ ବର୍ଷରେ ୧୦ ଟ୍ରିଲିୟନ ଡଲାର ଛୁଇଁବ

ମୁମ୍ୱାଇ,୦୩/୦୬: ଲୋକସଭା ନିର୍ବାଚନ- ୨୦୨୪ର ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ବିଜେପି  ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରାଟ ବିଜୟ ସହ ପୁନଃ କ୍ଷମତାକୁ ଫେରିବା ନେଇ ଭବିଷ୍ୟବାଣୀ କରିଛନ୍ତି । କିଛି ସର୍ଭେରେ ଏନ୍‌ଡିଏ ୪୦୦ କିମ୍ୱା ଏହାଠାରୁ ଅଧିକ ସିଟ୍‌ ହାସଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ମୋତିଲାଲ ଓସ୍‌ୱାଲ ଫାଇନାନ୍‌ସିଆଲ ସର୍ଭିସେସ୍‌ର ଅଧ୍ୟକ୍ଷ ତଥା ସହ- ପ୍ରତିଷ୍ଠାତା ରାମଦେବ ଅଗ୍ରୱାଲଙ୍କ କହିବାନୁସାରେ,  ବିଜେପିକୁ ଭାରି ଜନାଦେଶ ମିଳିବ । ସେ କହିଛନ୍ତି  ଯେ, ନରେନ୍ଦ୍ର ମୋଦି ସରକାର ପୁନଃ କ୍ଷମତାକୁ  ଆସିବା ସେୟାର ବଜାର ପାଇଁ ଭଲ । 

ରାମଦେବ ଅଗ୍ରୱାଲଙ୍କ କହିବାନୁସାରେ  ବିଜେପି କ୍ଷମତାକୁ ଆସିବା ଦ୍ୱାରା ଭାରତୀୟ  ସେୟାର ବଜାରର ପୁଞ୍ଜିକରଣ ବା ଏମ୍‌କ୍ୟାପ୍‌  ଦୁଇ ଗୁଣା ହୋଇଯିବ । ସେ କହିଛନ୍ତି ଯେ, ଆଗାମୀ  ୪ରୁ ୫ ବର୍ଷରେ ସେୟାର ବଜାରର ଏମ୍‌କ୍ୟାପ୍‌  ୧୦ ଟ୍ରିଲିୟନ ଡଲାର ଛୁଇଁପାରେ ।  

ଏକ୍‌ଜିଟ ପୋଲ୍‌ ଉପରେ ଅଗ୍ରୱାଲ କହିଛନ୍ତି  ଯେ, ଏକ୍‌ଜିଟ ପୋଲ୍‌ରୁ ଯେଉଁ ତଥ୍ୟ ଆସୁଛି  ତଦନୁସାରେ ଏନ୍‌ଡିଏ ସିଟ୍‌ ୪୦୦ ନିକଟତର କିମ୍ବା ୪୦୦ରୁ ଅଧିକ ହୋଇପାରେ ।  

ଲୋକସଭା ନିର୍ବାଚନରେ ବିଜେପିର ବିରାଟ ବିଜୟ ବଜାରରେ ଭଲ ପ୍ରଭାବ ପକାଇବ। ସେୟାର ବଜରର ପୁଞ୍ଜିକରଣ ବର୍ତ୍ତମାନର ୫ ଟ୍ରିଲିୟନ  ଡଲାରରୁ ବଢ଼ି ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ । ଭାରତୀୟ ସେୟାର ବଜାର ନିକଟରେ ୫ ଟ୍ରିଲିୟନ ଡଲାର ଛୁଇଁଥିଲା ଏବଂ ବର୍ତ୍ତମାନ ଏହା  ୪.୯୫ ଟ୍ରିଲିୟନ ଡଲାର ନିକଟତର ଅଛି । 

ଅଗ୍ରୱାଲ  କହିଛନ୍ତି, ବିଜେପିର ବିଜୟକୁ ନେଇ ବିଦେଶୀ  ନିବେଶକ କିଭଳି ପ୍ରତିକ୍ରିୟା ଦେଖାଉଛନ୍ତି ତାହା  ଦେଖିବାକୁ ପଡିବ । ସେ କହିଛନ୍ତି ଯେ, ଯଦି  ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍‌ଆଇଆଇ)  ଷ୍ଟକ କିଣା ଆରମ୍ଭ କରନ୍ତି, ତେବେ ଭାରତୀୟ ପୁଞ୍ଜି  ବଜାରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିବ   । କାରଣ ଘରୋଇ ସଂସ୍ଥାଗତ ନିବେଶକ ପୂର୍ବରୁ  ହିଁ ଆକ୍ରାମକ ଭାବେ ଷ୍ଟକ କିଣୁଛନ୍ତି ।

ବିଶେଷଜ୍ଞମାନଙ୍କ କହିବାନୁସାରେ, ଏକ୍‌ଜିଟ୍‌  ପୋଲ୍‌ ପ୍ରଭାବସ୍ୱରୂପ ସୋମବାର କାରବାରରେ  ପୁଞ୍ଜି ବଜାରରେ ବଡ଼ ସଂଶୋଧନ ଦେଖିବାକୁ  ମିଳିପାରେ । ୱାଲେଟ୍‌ ଫର୍‌ ୱେଲ୍‌ଥର ପରିଚାଳନା  ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା କହିଛନ୍ତି ଯେ, ପୁଞ୍ଜି  ବଜାରରୁ ରିଟର୍ଣ୍ଣ ପାଇବା ପାଇଁ ଆସନ୍ତା ୫ରୁ ୧୦  ବର୍ଷ ହେଉଛି ଉପଯୁକ୍ତ ସମୟ । ବିଶେଷକରି  ଯୁବପିଢ଼ି ଏବଂ ମଧ୍ୟମ ବୟସ୍କ ବେତନଭୋଗୀ  ଏସ୍‌ଆଇପିରେ ଅଧିକ ନିବେଶ କରିବା ଉଚିତ । 

ସ୍ଥାୟୀ ଜମାରୁ କାଢ଼ି ପୁଞ୍ଜିକୁ ହାଇବ୍ରିଡ୍‌, ବିଏଏଫ୍‌  ଏବଂ ଏମ୍‌ଏଏଫ୍‌ କିମ୍ବା ଅନ୍ୟାନ୍ୟ ଇକ୍ୱିଟି ଫଣ୍ଡ୍‌ରେ ନିବେଶ କରିବା ଉଚିତ । ତେବେ କୌଣସି ପ୍ରକାର  ନିବେଶ କରିବା ପୂର୍ବରୁ ଆର୍ଥିକ ଲକ୍ଷ୍ୟ ଏବଂ  ଉପଯୁକ୍ତ ଯୋଜନା ଧାର୍ଯ୍ୟ କରିବା ଉଚିତ। ଜଣେ  ଅଭିଜ୍ଞ ଉପଦେଷ୍ଟାଙ୍କ ପରାମର୍ଶ ନେଇ ହିଁ ନିବେଶ  କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.