ଆନନ୍ଦପୁର,୫/୭ : ୨ମହଲା ଘର ଛାତ ପକାଇବା ପାଇଁ ସେଣ୍ଟ୍ରିଂ କରିବାକୁ ଚାଲିଥିଲା ମାପ ଚୁପ । ଏହି ସମୟରେ ଘର ଉପରେ ଯାଇଥିବା ୧୧ କେଭି ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ସେଣ୍ଟ୍ରିଂ ମିସ୍ତ୍ରୀ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଥାନା ଅଧିନ ଫକୀରପୁର ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ର ନିକଟରେ ନିର୍ମାଣାଧିନ ଏକ ଘରୋଇ କୋଠା ଠାରେ । ମୃତକ ଫକୀରପୁର ଗାଁର ସେଣ୍ଟ୍ରିଂ ମିସ୍ତ୍ରୀ ରାଜେଶ ରଣା ।
ଆଜି ସକାଳେ ଘରର ଛାତ ପଡିବା ପାଇଁ ସେଣ୍ଟ୍ରିଂ କାମ କରିବାକୁ ଯାଇଥିଲେ ରାଜେଶ । ଛାତ ଉପରେ ଚଢି ମାପ ଚୁପ କରୁଥିବା ସମୟରେ ଅସାବଧାନତା ବଶତଃ ନିକଟରେ ଯାଇଥିବା ୧୧କେଭି ବାଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ରାଜେଶ ହୋଇପଡ଼ିଥିଲେ । ଘର ମାଲିକ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲଠାରେ ପହଁଞ୍ଚାଇବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଏଭଳି ଅଘଟଣ ପାଇଁ ଘର ମାଲିକଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ବିଦ୍ଯୁତ୍ ସରବରାହ ବନ୍ଦ ନ କରି ବିଦ୍ଯୁତ୍ ତାରର ଅତି ନିକଟରେ କାମ କରାଇବାରୁ ନିଜ ଭାଇର ମୃତ୍ଯୁ ଘଟିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବଡ଼ ଭାଇ ।