ରାଞ୍ଚି, ୧୨/୧୧: ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରେନ୍ ଏମରଜେନ୍ସି ବ୍ରେକ୍ ମାରିବା ପରେ ଅଚାନକ ଝଟକାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଶନିବାର ଝାଡ଼ଖଣ୍ଡର କୋଡେର୍ମା ଜିଲ୍ଲାରେ ଏହି ଅଘଟଣ ଘଟିଛି । ପୁରୀରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ୨ ଯାତ୍ରୀଙ୍କ ଜୀବନ ଯାଇଛି । ଏକ୍ସପ୍ରେସ୍ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ରେଳ ଲାଇନର ବିଦ୍ୟୁତ୍ ତାର ଛିଡ଼ି ପଡ଼ିବାରୁ ଏମରଜେନ୍ସି ବ୍ରେକ୍ ମାରିବାକୁ ପଡ଼ିଥିବା ପୂର୍ବ କେନ୍ଦ୍ରୀୟ ରେଳପଥ କହିଛି ।
ଝାଡ଼ଖଣ୍ଡର ପର୍ସାବାଦର ଗୋମୋହ ଏବଂ କୋଡେର୍ମା ରେଲୱେ ଷ୍ଟେସନ୍ ମଧ୍ୟରେ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ୍ ବିଦ୍ୟୁତ୍ ତାର ଝୁଲୁଥିବା ଦେଖିଥିଲେ । ଫଳରେ ଲୋକୋ ପାଇଲଟ୍ ଟ୍ରେନର ଏମରଜେନ୍ସି ବ୍ରେକର ବ୍ୟବହାର କରି ଟ୍ରେନକୁ ଅଟକାଇଥିଲେ ।
ହମାସ୍ ବିପକ୍ଷରେ ଇସ୍ରାଏଲର ଯୁଦ୍ଧ ସରିଲେ ଗାଜାରେ କିଏ କରିବ ଶାସନ ? ନେତନ୍ୟାହୁ କହିଲେ ଏମିତି…
ହଠାତ୍ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯିବାରୁ ଏମରଜେନ୍ସି ବ୍ରେକ୍ ଲଗାଇ ଟ୍ରେନକୁ ଅଟକାଇଥିଲେ ଲୋକୋ ପାଇଲଟ୍ । ଏମରଜେନ୍ସ ବ୍ରେକ୍ ଲଗାଇବା ଫଳରେ ଅଚାନକ ଝଟକା ଲାଗିବାରୁ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏନେଇ ଧନବାଦ ରେଲୱେ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଉକ୍ତ ଦୁର୍ଘଟଣା ସମୟରେ ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଟ୍ରାକରେ ଦୌଡ଼ୁ ଥିଲା । ଏମରଜେନ୍ସି ବ୍ରେକ୍ ପ୍ରୟୋଗର ୪ ଘଣ୍ଟା ପରେ ଏକ୍ସପ୍ରେସଟି ଦିଲ୍ଲୀ ଅଭିମୁଖେ ଯାଇଥିଲା । ବିଦ୍ୟୁତ୍ ତାର ଛିଡ଼ି ପଡ଼ିବା ପରେ ପୁରୁଷୋତ୍ତମ ଏକ୍ସପ୍ରେସକୁ ଡିଜେଲ୍ ଇଞ୍ଜିନ୍ ଲଗାଇ ଗୋମୋହ ନିଆ ଯାଇଥିଲା । ସେଠାରୁ ପୁଣି ଥରେ ଆଉ ଏକ ଇଲେକ୍ଟ୍ରିକ୍ ଇଞ୍ଜିନ୍ ସଂଯୋଗ କରାଯାଇ ଦିଲ୍ଲୀ ଯାତ୍ରା ଆରମ୍ଭ କରିଥିଲା ।
ଆସନ୍ତା ୧୪ରେ ଲଘୁଚାପ, ୧୬ରେ ଅବପାତ: ପ୍ରଥମେ ଦକ୍ଷିଣ ଉପକୂଳ, ତା’ପରେ ଉତ୍ତରରେ ବର୍ଷିବ