ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ବ୍ୟବସାୟୀ ନବଘନଙ୍କୁ ହତ୍ୟା ଘଟଣା, ଦରମା ଟଙ୍କା ପାଇଁ ମାରିଥିଲା ଚାକର

ଭୁବନେଶ୍ୱର,୬ା୮: ଜମିବାଡି଼ ବେପାରଠୁ ଜେସିବି, ଟ୍ରାକ୍ଟର ଯାଏ ସବୁକିଛି ବୁଝାସୁଝା କରୁଥିଲା ଏସବୁ କାମ ବାବଦକୁ ମାସିକ ଦରମା ଦେବାକୁ କହି ଠକୁଥିଲେ ମାଲିକ । ଏମିତିକି ସାଢ଼େ ୩ ଲକ୍ଷ ଟଙ୍କା ଋଣ ସୁଝିବାକୁ କହି ଟଙ୍କାଟିଏ ଦେଇନଥିଲେ । ବାରମ୍ବାର ଟଙ୍କା ମାଗିବାରୁ ସର୍ବସମ୍ମୁଖରେ ମାଲିକଙ୍କ ଚାପୁଡ଼ା ମାଡ଼ ବି ସହିଥିଲା । ପ୍ରତିଶୋଧ ନେବା ଲକ୍ଷ୍ୟରେ ଦିନେ ବାହାନା କରି ମାଲିକଙ୍କୁ ମଦ ପିଇବାକୁ ଡାକିଲା । ଆଉ ମୁଣ୍ଡରେ ବିଅର ବୋତଲ ଭାଙ୍ଗି ଛୁରିରେ ତଣ୍ଟି କାଟି ଦେଇଥିଲା । ଲଜ୍‌ରୁ ମୃତଦେହକୁ କାରରେ ଲଦି କଟକ କନ୍ଦଳେଇ ବ୍ରିଜ୍‌ରେ ଫିଙ୍ଗି ଦେଇଥିଲା ।  ବ୍ୟବସାୟୀ ନବଘନ ପାଟ୍ଟଶାଣୀ ଓରଫ୍‌ ବାଙ୍କାଙ୍କ ହତ୍ୟା ପଛର କାହାଣୀକୁ ଏମିତି ବଖାଣିଛି କମିଶନରେଟ୍‌ ପୁଲିସ । ମୁଖ୍ୟ ଅଭିଯୁକ୍ତ ତଥା ବଣ୍ଟି ଦିଗଲ ଓରଫ୍‌ ମୁଜାଫର କୁମ୍ଭାର ଓରଫ୍‌ ନିତେଶ ଚୌଧୁରୀକୁ ପୁଲିସ ଗିରଫ କରିଛି । ସେ ଟଙ୍କା ପାଇଁ ବାଙ୍କାଙ୍କୁ ହତ୍ୟା କରିଥିଲା ବୋଲି ପୁଲିସ ଦର୍ଶାଇଛି । ମୃତଦେହକୁ ନଦୀରେ ଫିଙ୍ଗିବାରେ ବଣ୍ଟିକୁ ସାହାଯ୍ୟ କରିଥିବା ବିଜୟ କୁମାର ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ ସାଙ୍ଗରେ ଧରି ପୁଲିସ ଅପରାଧସ୍ଥଳରେ ଦୃଶ୍ୟପଟ ପୁନରାବୃତ୍ତି କରାଇଛି ।  ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ବଣ୍ଟି ଘର ହେଉଛି ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ । ସେ ୧୩ ବର୍ଷ ଧରି ଭୁବନେଶ୍ୱରରେ ବିଭିନ୍ନ ହୋଟେଲରେ କାମ କରୁଥିଲା । ଘାଟିକିଆର ଶ୍ରୀ ସାଇ ଲଜ୍‌ରେ ମାସିକିଆ ଭଡ଼ାସୂତ୍ରରେ ରହୁଥିଲା । ୪ ବର୍ଷ ହେବ ବାଙ୍କାଙ୍କ ସହ ପରିଚିତ ସେ । ବାଙ୍କାଙ୍କ ସବୁ ବେପାର କାମ ବୁଝାସୁଝା କରୁଥିଲା । କିନ୍ତୁ ଏବାବଦକୁ ସାତ ମାସ ଧରି ଦରମା ଦେଇନଥିଲେ ବାଙ୍କା । ବଣ୍ଟି କିଛି ଲୋକଙ୍କଠାରୁ ୩.୫ ଲକ୍ଷ ଟଙ୍କା ଉଧାର ଆକାରରେ ଆଣିଥିଲା । ଉଧାର ସୁଝିବା ପାଇଁ ବାରମ୍ବାର ଟଙ୍କା ମାଗି ମାଗି ନିରାଶ ହୋଇଥିଲା ବଣ୍ଟି । 

ଚାପୁଡ଼ା ମାଡ଼ର ପ୍ରତିଶୋଧ 

୨ ମାସ ତଳେ ବଣ୍ଟିକୁ ସର୍ବସାଧାରଣରେ ଚାପୁଡ଼ା ମାରିଥିଲେ ବାଙ୍କା । ସେବେଠୁ ପ୍ରତିଶୋଧ ନେବା ପାଇ ସୁଯୋଗ ଉଣ୍ଡୁଥିଲା ବଣ୍ଟି । ଗତ ୧୯ ତାରିଖରେ ମଦ ପିଇବା ପାଇଁ ବାଙ୍କାଙ୍କୁ ଫର୍ଚୁନର କାର (ଓଡି୦୨ସିଇ ୫୦୫୦) ରେ ସାଙ୍ଗରେ ନେଇ ଶ୍ରୀ ସାଇ ଲଜ୍‌ରେ ପହଞ୍ଚିଲା । ମଦ ପିଇବା ବେଳେ ଦରମା ଓ ଉଧାର ଫେରାଇବା କଥା ନେଇ ଯୁକ୍ତିତର୍କ ହେଲା । ବାଙ୍କା ଚିଡି଼ଯାଇ ବଣ୍ଟିକୁ ଶୋଧିଲେ । ବଣ୍ଟି ଉତ୍‌କ୍ଷିପ୍ତ ହୋଇ ବାଙ୍କାଙ୍କ ମୁଣ୍ଡରେ ବିଅର ବୋତଲ ଭାଙ୍ଗିଦେଲା । ପରେ ଏକ ଛୁରିରେ ଗଳାକୁ କାଟି ଦେଇଥିଲା । ବାଙ୍କା ତଳେ ଛଟପଟ ହେଉଥିବା ବେଳେ ତାଙ୍କ ମୁହଁକୁ ଏକାଧିକ ଥର ଆକ୍ରମଣ କରିଥିଲା ।

ଲଜ୍‌ରୁ ମୃତଦେହକୁ କାରରେ ନେଇ ନଦୀରେ ଫିଙ୍ଗିଥିଲେ 

ଟଙ୍କା ଉଧାର ନେଇଥିବା ସୁବ୍ରତକୁ ଚନ୍ଦ୍ରଶେଖରପୁରରେ ଫର୍ଚୁନର କାର ଦେଇ ବଣ୍ଟି ପୁଣି ଲଜ୍‌କୁ ଫେରିଥିଲା । ମୃତଦେହକୁ ଫିଙ୍ଗିବା ଉଦ୍ଦେଶ୍ୟରେ ବିଜୟକୁ ଲଜକୁ ଡକାଇଥିଲା । ବିଜୟ ଚଲାଉଥିବା ଇନୋଭା କାର(ଓଡି୦୨ସିକେ୯୭୦୦) ଧରି ରାତିରେ ଲଜ୍‌ରେ ପହଞ୍ଚିଲେ । ଉଭୟେ ବାଙ୍କାଙ୍କ ମୃତଦେହକୁ ପଲିଥିନ୍‌ରେ ଗୁଡ଼ାଇ କାରରେ ଲଦିଥିଲେ । ରାତିରେ ଲଜ୍‌ରୁ କାର ନେଇ କଟକସ୍ଥିତ ଦେବୀ ନଦୀର କନ୍ଦଳେଇ ବ୍ରିଜରେ ମୃତଦେହ ଭସାଇ ଦେଇଥିଲେ । ଫେରିବା ରାସ୍ତାରେ ରକ୍ତଛିଟା ଲାଗିଥିବା ଡ୍ରେସ୍‌, ହତ୍ୟାରେ ବ୍ୟବହୃତ ଛୁରି ଭର୍ତ୍ତି ବ୍ୟାଗକୁ ହଂସପାଳ କେନାଲରେ ଫିଙ୍ଗିଥିଲେ । 

ଧରାଇଦେଲା ଫର୍ଚୁନର କାର

ସୁବ୍ରତକୁ ଦେଇଥିବା ଫର୍ଚୁନର କାର ହିଁ ବଣ୍ଟିକୁ ଫସାଇଥିଲା । କାହିଁକି ନା ଗତ ୧୯ ତାରିଖଠୁ ସୁବ୍ରତ ଉକ୍ତ ଫର୍ଚୁନର କାର ଧରି ସହରରେ ଚକ୍କର କାଟୁଥିଲା । ଏପଟେ ନିଖୋଜ ବାଙ୍କାଙ୍କୁ ଖୋଜୁଥିବା ପରିବାର ଲୋକ ଗତ ୨୬ ତାରିଖରେ ଜାଗମରା ରାସ୍ତାରୁ ସୁବ୍ରତକୁ ଧରି ପୁଲିସରେ ଜିମା ଦେଇଥିଲେ । ଉଧାର ଟଙ୍କା ବଦଳରେ ବଣ୍ଟି ତାକୁ ଏହି ଫର୍ଚୁନର କାର ଦେଇଥିବା ସୁବ୍ରତ ପୁଲିସକୁ କହିଥିଲା । ସୁବ୍ରତଠାରୁ ମିଳିଥିବା ତଥ୍ୟ ଅନୁସାରେ ପୁଲିସ ଶ୍ରୀସାଇ ଲଜରେ ପହଞ୍ଚିଥିଲା । ଦୀର୍ଘଦିନ ଧରି ମାସିକିଆ ଭଡ଼ାସୂତ୍ରରେ ରହୁଥିବା ବଣ୍ଟି ସେଠାରେ ନଥିବାରୁ ପୁଲିସର ସନ୍ଦେହ ଉପୁଜିଲା । ଘଟଣାଦିନ ବାଙ୍କା ଓ ବଣ୍ଟି ଉଭୟେ ଲଜ୍‌କୁ ଆସିଥିବା ଉକ୍ତ ଲଜ୍‌ର ସିସି କ୍ୟାମେରାରେ ଜଣାପଡି଼ଲା । କିନ୍ତୁ ତା’ପରେ ବାଙ୍କା ଲଜରୁ ବାହାରିବାର ଦୃଶ୍ୟ ନଥିବାରୁ ଉକ୍ତ ଲଜରେ ହିଁ ହତ୍ୟା ଘଟିଥିବା ଠଉରାଇଥିଲା ପୁଲିସ । ପୁଲିସ ଫୋନ୍‌ ଟ୍ରାକ୍‌ କରି ବଣ୍ଟିକୁ କାବୁ କରିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.