ପ୍ରମୂଖ ଖବର

ଟ୍ରକ- କାର ମୁହାଁମୁହିଁ ଧକ୍କା, ୨ ମୃତ

ବାଲେଶ୍ଵର, ୨୫।୨  ବାଲେଶ୍ଵର ସଦର ଥାନା ଅଧୀନ ଜାତୀୟ ରାଜପଥ କୁରୁଡା ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ କାରରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ଶ୍ରୀକାନ୍ତ ପଣ୍ଡା ଓ ମାୟାଧର ରାଜ ।ଉଭୟଙ୍କ ଘର ଔପଦା, ନୀଳଗିରି ଅଂଚଳରେ । 

ଶ୍ରୀକାନ୍ତ ପଣ୍ଡା ଓ ମାୟାଧର ରାଜ ସେମାନଙ୍କ କାରରେ ଯାଉଥିଲେ। ତେବେ ସଦର ଛକ ମିକଟରେ ଥିବା ଏକ ଟ୍ରକକୁ ତାଙ୍କ କାର  ଧକ୍କା ଦେଇଥିଲା। ଏଥିରେ ସେମାନଙ୍କ କାରର ଆଗ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଉଭୟ ଗୁରୁତର ହୋଇଥିଲେ।  ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.