ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଏମି ଆୱାର୍ଡ ୨୦୨୩ ଦୌଡ଼ରେ ଶେଫାଲି, ଜିମ୍‌ ସର୍ଭ ଓ କମେଡିଆନ୍‌ ବୀର ଦାସ ନାମାଙ୍କିତ

ନୂଆଦିଲ୍ଲୀ ୨୯/୦୯: ଅନ୍ତର୍ଜାତୀୟ ଏମି ଆୱାର୍ଡସ୍‌-୨୦୨୩ ନୋମିନେସନ୍‌ରେ ସ୍ଥାନ ପାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶେଫାଲି ଶାହ, ଜିମ୍‌ ସର୍ଭ ଓ କମେଡିଆନ୍‌ ବୀର ଦାସ। ନେଟ୍‌ଫ୍ଲିକ୍ସ ଡ୍ରାମା ସିରିଜ୍‌ ‘ଦିଲ୍ଲୀ କ୍ରାଇମ୍‌-୨ରେ ପ୍ରଦର୍ଶନ ପାଇଁ ‘ଅଭିନେତ୍ରୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ ବିଭାଗରେ ଶେଫାଲି ନାମାଙ୍କନରେ ସ୍ଥାନ ପାଇଛନ୍ତି । ତାଙ୍କ ସହ ରେସ୍‌ରେ ଅଛନ୍ତି କୋନି ନିଲ୍‌ସେନ୍‌, ବିଲି ପାଇପର୍‌ ଓ କାର୍ଲା ସୌଜା ।


ନାମୀ କଳାକାରଙ୍କ ସହିତ ନୋମିନେସନ୍‌ରେ ସ୍ଥାନ ପାଇଥିବାରୁ ଶେଫାଲି ଇନ୍‌ଷ୍ଟାଗ୍ରାମ୍‌ରେ ଖୁସି ଜାହିର କରିଛନ୍ତି । ଏହି ଶୋର ସିଜନ୍‌-୧ ଶ୍ରେଷ୍ଠ ଡ୍ରାମା ସିରିଜ୍‌ ବିଭାଗରେ ବିଜେତା ହୋଇଥିଲା । ସୋନିଲିଭ୍‌ ୱେବ୍‌ ସିରିଜ୍‌ ‘ରକେଟ୍‌ ବଏଜ୍‌ ପାଇଁ ‘ଅଭିନେତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ବିଭାଗରେ ଜିମ୍‌ ସର୍ଭ ନୋମିନେସନ୍‌ରେ ସ୍ଥାନ ପାଇଛନ୍ତି । ତାଙ୍କ ସହିତ ନୋମିନି ଅଛନ୍ତି ଗୁସ୍ତାଭୋ ବାସାନି, ମାର୍ଟିନ ଫ୍ରିମ୍ୟାନ୍‌ ଓ ଜୋନାସ କାର୍ଲସନ୍‌ ।



ବୀର ଦାସ ୨ୟ ଥର ପାଇଁ ଇଣ୍ଟର୍‌ନ୍ୟାସନାଲ୍‌ ଏମିରେ ନୋମିନେଟ୍‌ ହୋଇଛନ୍ତି । ନେଟ୍‌ଫ୍ଲିକ୍ସ ସ୍ପେଶାଲବୀର ଦାସ: ଲ୍ୟାଣ୍ଡିଂ ପାଇଁ ଶ୍ରେଷ୍ଠ କମେଡି ବିଭାଗରେ ତାଙ୍କୁ ଚୟନ କରାଯାଇଛି । ତାଙ୍କ ସହ ଏହି ରେସ୍‌ରେ ଅଛନ୍ତି ଫ୍ଲାମ୍‌ବିଉ, ଏଲ୍‌ ଏନ୍‌କାରଗାଡୋ ଓ ଡେରି ଗର୍ଲସ ସିଜନ୍‌-୩ । ଏହି ଖବର ପାଇବା ପରେ ବୀର ଦାସ ନିଜ ଶୋର ପୂରା ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି । ଫିଲ୍ମ ଓ ଟିଭି ଧାରାବାହିକ ପ୍ରଯୋଜିକା ଏକତା କପୁରଙ୍କୁ ଚଳିତ ଇଣ୍ଟର୍‌ନ୍ୟାସନାଲ୍‌ ଏମି ଆୱାର୍ଡସ୍‌ରେ ଡାଇରେକ୍ଟୋରେଟ୍‌ ଆୱାର୍ଡ ଦ୍ୱାରା ସମ୍ମାନିତ କରାଯିବ । ଆସନ୍ତା ନଭେମ୍ବର ୨୦ ତାରିଖରେ ନ୍ୟୁୟର୍କଠାରେ ଆୟୋଜିତ ଉତ୍ସବରେ ଏକତା ଏହି ସ୍ୱତନ୍ତ୍ର ସମ୍ମାନ ପାଇବେ । ଇଣ୍ଟରନ୍ୟାସ୍‌ନାଲ ଏମି ଆୱାର୍ଡସରେ ଅନ୍ୟତମ ଜୁରି ସଦସ୍ୟ ଭାବେ ନଜର ଆସିବେ ଅଭିନେତ୍ରୀ ରାଧିକା ମଦାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.