ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ : ପୋଲିସକୁ ଆକ୍ରମଣ କରି ୩ ଯୁବକ ଗିରଫ

ବାରଙ୍ଗ, ୩୧।୧ :  ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ।  ମଦ୍ୟପାନ କରି ରାତିରେ ସାହି ପଡ଼ିଶାଙ୍କୁ ଗାଳି କରୁଥିଲେ । ପିସିଆର ପହଞ୍ଚିବାରୁ  ପୋଲିସ କର୍ମଚାରୀକୁ କଲେ ମରଣାନ୍ତକ ଆକ୍ରମଣ। ଏହି  ଘଟଣାରେ ୩ ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍ । ଗିରଫ ଯୁବକମାନେ ହେଲେ ଅନିରୁଦ୍ଧ ସାହୁ, ଜ୍ୟୋତି ରଞ୍ଜନ ସ୍ବାଇଁ ଏବଂ ପ୍ରିୟବ୍ରତ ଦାସ। ମଙ୍ଗଳବାର ହାଉସିଂବୋର୍ଡ କଲୋନୀରେ ଘଟିଛି ଏହି ଘଟଣା। 

 କଲୋନୀ ମଧ୍ୟରେ ମଦ ପିଇ ଲୋକଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଖବର ପାଇ ସ୍ଥାନୀୟ ପିସିଆର ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିଥିଲା। ତେବେ  ୪ ଯୁବକ ପିସିଆର କର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ। ଶେଷରେ ଚନ୍ଦ୍ରଶେଖରପୁର ଥାନାର କିଛି ପୁଲିସ୍ ଅଧିକାରୀ ଏବଂ ଅନ୍ୟ ପିସିଆର୍ ପହଞ୍ଚିଥିଲେ ମଧ୍ୟ ଯୁବକ ମାନେ ଆହୁରି ଧସ୍ତାଧସ୍ତି କରିଥିଲେ। ଯୁବକଙ୍କ ଆକ୍ରମଣରେ ପିଶିଆର ଡ୍ରାଇଭର ମାନସ କୁମାର ସାହୁ ଆହତ ହେବା ସହ ତାଙ୍କ ମୋବାଇଲ୍ ଭାଙ୍ଗି ଯାଇଥିଲା।  ୪ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଫେରାର ହୋଇଥିବା ବେଳେ ୩ ଜଣକୁ କାବୁ କରିବା ସହ ବୋଲେରୋ ଗାଡି ଜବତ କରାଯାଇଥିଲା। ପରେ ୩ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଆହୁରି ପଢନ୍ତୁ : ସ୍କୁଟି-ସ୍କର୍ପିଓ ମଧ୍ୟରେ ଧକ୍କା, ଦମ୍ପତି ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.