ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅର୍ପଣ ରଥକୁ ଦାନ ୩.୦୬ କୋଟି ପାର୍‌, ଏପର୍ଯ୍ୟନ୍ତ ଆସିଲାଣି ୬,୬୦୦ କୁଇଣ୍ଟାଲ ଚାଉଳ

ପୁରୀ ୦୯/୦୨: ଅର୍ପଣ ରଥକୁ ମିଳିଥିବା ଦାନ ଟଙ୍କା ପରିମାଣ ଏବେ ସୁଦ୍ଧା ୩ କୋଟି ୬ ଲକ୍ଷ  ୬୨ ହଜାର ୮୧୩ ଟଙ୍କାରେ ପହଞ୍ଚିଛି । ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି ।  ୩୦ ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ଅର୍ପଣ ରଥରେ ବିପୁଳ  ପରିମାଣର ଦାନ ଦେଇଛନ୍ତି । ଏବେବି କିଛି ସ୍ଥାନରୁ  ଦାନ ଟଙ୍କା ଆସିନି । ଏହା ପହଞ୍ଚିବା ପରେ ମୋଟ  କେତେ ହେବ ସ୍ପଷ୍ଟ ହେବ । 

ଟଙ୍କା ଗଣତି କରିବା ପରେ ଶ୍ରୀମନ୍ଦିର ପ୍ରଶାସନ  ଏହାକୁ ନିଜ ସାଧାରଣ ଜମା ଖାତାରେ ରଖୁଛି ।  ଜିଲ୍ଲାପାଳମାନଙ୍କ ଜରିଆରେ ଏକକାଳୀନ ଟଙ୍କା ଜମା  ଦିଆଯାଉ ନଥିବାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଣତି  ପ୍ରକ୍ରିୟା ସମୟ ଲମ୍ବା ହୋଇଚାଲିଛି । ଗତ ମାସ ୨୨ ତାରିଖରୁ ଏହି ଦାନ ଗ୍ରହଣ ଓ ଗଣତି ପ୍ରକ୍ରିୟା ଜାରି  ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତମାନେ ମହାପ୍ରଭୁଙ୍କ  ଉଦ୍ଦେଶ୍ୟରେ ଦେଇଥିବା ଦାନ ଟଙ୍କା କିପରି ବ୍ୟବହାର  ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ କୌଣସି  ସ୍ପଷ୍ଟ ସୂଚନା ଦେଇନି । ଶ୍ରୀମନ୍ଦିର ପରିସର ହୁଣ୍ଡିର  ଦାନ ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା  କରିବା ଭଳି ଏହାକୁ ମଧ୍ୟ ଜମା କରାଯାଉଛି । 

ସେପଟେ ଅର୍ପଣ ରଥକୁ ମିଳିଥିବା ଦାନ ଚାଉଳ ପରିମାଣ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ସୂଚନା  ଦେଇନି । ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ବହୁ ସଂଖ୍ୟାରେ  ଟ୍ରକ୍‌ ଅର୍ପଣ ରଥ ଚାଉଳ ନେଇ ପୁରୀରେ ପହଞ୍ଚୁଛି । ଏହାକୁ ଓଜନ କରି ଶ୍ରୀମନ୍ଦିର ପ୍ରଶାସନ ରଖୁଛି ।  ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂଚନା ମୁତାବକ  ଅର୍ପଣ ରଥକୁ ମିଳିଥିବା ଚାଉଳ ପରିମାଣ ପ୍ରାୟ  ୬୬୦୦ କୁଇଣ୍ଟାଲ ହୋଇଛି । ପ୍ରାୟ ୧୨ ହଜାର  କୁଇଣ୍ଟାଲ ଚାଉଳ ପହଞ୍ଚିବ ବୋଲି ସୂଚନା ରହିଛି ।  

ପ୍ରତିଦିନ ପହଞ୍ଚୁଥିବା ଅର୍ପଣ ଚାଉଳକୁ ଶ୍ରୀଗୁଣ୍ଡିଚା  ମନ୍ଦିର କିମ୍ବା ବଳଗଣ୍ଡିସ୍ଥିତ ଅକ୍ଷୟପାତ୍ର ଫାଉଣ୍ଡେସନ୍‌  ଭଣ୍ଡାର ଘରେ ରଖାଯାଉଛି । ଦୀର୍ଘଦିନ ଏହି ଚାଉଳକୁ  ସଂରକ୍ଷଣ କରି ରଖିବା ନିମନ୍ତେ ଆବଶ୍ୟକ କେମିକାଲ  ଟ୍ରିଟମେଣ୍ଟ କରାଯିବ । ଏଠାରୁ ଚାଉଳ ନେଇ  ଶ୍ରୀମନ୍ଦିର ରୋଷଶାଳାରେ ରାନ୍ଧି ମହାପ୍ରଭୁଙ୍କୁ ଭୋଗ  କରାଯାଉଛି । ଭୋଗ ପରେ ପ୍ରାୟ ୧୦୦ ଦାସିଆ  ହାଣ୍ଡି ଖେଚୁଡ଼ି ଓ କାନିକାକୁ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର  ପଶ୍ଚିମ, ଉତ୍ତର, ଦକ୍ଷିଣ ଦ୍ୱାରରେ ବାଣ୍ଟି ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.