ଆନନ୍ଦପୁର, ୦୪/୦୯ : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲେ ୪ ଭାଲୁ। ଘଷିପୁରା ଥାନା କାଦୁଅବାହାଳି ଗାଁରେ ଏଭଳି ଘଟଣା ଘଟିଛି। ଗଙ୍ଗାଧର ମୁଣ୍ଡା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଘଷିପୁରା ଥାନା କାଦୁଅବାହାଳି ଗାଁର ଗଙ୍ଗାଧର ମୁଣ୍ଡା ବୁଧବାର ସକାଳୁ ଶୌଚ ହେବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଅଚାନକ ୪ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ତେବେ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ। ଗଙ୍ଗାଧରଙ୍କ ଛାତି ସମେତ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ଗଙ୍ଗାଧର ଚିକିତ୍ସାଧିନ ଅଛନ୍ତି।