ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୨୫ ବିଦାୟୀ ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା, ୫ ପ୍ରତିଶତ ଏମପି ବିଲେନିୟର

ନୂଆଦିଲ୍ଲୀ: ଦେଶର ୫୧୪ ସାଂସଦଙ୍କ ମଧ୍ୟରୁ ୨୨୫ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି । ୪୪ ପ୍ରତିଶତ ବିଦାୟୀ ସାଂସଦଙ୍କ ନାଁରେ ଅପରାଧିକ ମାମଲା ଥିବା ନେଇ ଆସୋସିଏସନ୍‌ ଫର ଡେମୋକ୍ରେଟିକ୍‌ ରିଫର୍ମସ୍‌ (ଏଡିଆର) ରିପୋର୍ଟରୁ ଜଣାପଡ଼ିଛି । ୧୮ ତମ ଲୋକସଭା ନିର୍ବାଚନ ପୂର୍ବରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି । ୨୨୫ ସାଂସଦଙ୍କ ମଧ୍ୟରୁ ୧୪୯ (୨୯%) ସାଂସଦଙ୍କ ବିରୁଦ୍ଧରେ ସଙ୍ଗୀନ  ଅପରାଧିକ ମାମଲା ରହିଛି । ହତ୍ୟା, ହତ୍ୟା ଉଦ୍ୟମ ଏବଂ ମହିଳା ବିରୋଧୀ ହିଂସା ମାମଲାରେ ଏମାନେ ସଂଶ୍ଳିଷ୍ଟ । 

ହତ୍ୟା ମାମଲା: ୯ ଜଣ ସାଂସଦ ନିଜ ବିରୁଦ୍ଧରେ ହତ୍ୟା ମାମଲା ଥିବା ନେଇ ସତ୍ୟପାଠ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ବିଜେପିର ୫ ଜଣ ସାଂସଦ ଥିବା ବେଳେ କଂଗ୍ରେସ, ବିଏସପି ଏବଂ ଓ୍ବାଇଏସଆର କଂଗ୍ରେସର ଜଣେ ଲେଖାଏଁ ସାଂସଦ ସାମିଲ । 

ମହିଳା ବିରୋଧୀ ହିଂସା: ୧୬ ଜଣ ସାଂସଦ ମହିଳା ବିରୋଧୀ ହିଂସା ଜନିତ ମାମଲାରେ ଛନ୍ଦି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଦୁଷ୍ମର୍ମ ଅଭିଯୁକ୍ତ ଏବଂ ସେମାନଙ୍କ ବିରୁଦ୍ଧରେ ଆଇପିସି ଧାରା ୩୭୬ ଅଧୀନରେ ମାମଲା ରୁଜୁ ହୋଇଛି । 

ବିଜେପି: ଏଡିଆର ରିପୋର୍ଟୁ ଜଣାପଡ଼ିଛି ଯେ, ୨୯୪ ବିଜେପି ସାଂସଦଙ୍କ ମଧ୍ୟରୁ ୧୧୮ (୪୦%) ନିଜ ସତ୍ୟପାଠରେ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବା ଦର୍ଶାଇଛନ୍ତି । ୮୭ ସାଂସଦଙ୍କ ନାଁରେ ଅତି ଗୁରୁତର ଅପରାଧିକ ମାମଲା ରହିଛି । 

କଂଗ୍ରେସ: ୪୬ କଂଗ୍ରେସ ସାଂସଦଙ୍କ ମଧ୍ୟରୁ ୨୬ (୫୭%) ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ନେଇ ସେମାନେ ନିଜ ସତ୍ୟପାଠରେ ଜଣାଇଛନ୍ତି । ସେହିଭଳି ୧୪ ଜଣ ସାଂସଦଙ୍କ ନାଁ ଗୁରୁତର ଅପରାଧିକ ମାମଲା ରହିଛି। 

ଡିଏମକେ: ୨୪ ସାଂଦଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୧୧ ଜଣଙ୍କ ନାଁରେ କ୍ରିମିନାଲ କେସ୍‌ ଥିବା ବେଳେ ୨୯ ପ୍ରତିଶତ ବା ୭ ଜଣଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । 

ଟିଏମସି: ଟିଏମସିର ୧୯ ସାଂସଦଙ୍କ ମଧ୍ୟରୁ ୪୨ ପ୍ରତିଶତ ସାଂସଦ ବା ୮ ଜଣ ଦାଗୀ  । ସେହିଭଳି ୪ ଜଣ ସଙ୍ଗୀନ ଅପରାଧରେ ଛନ୍ଦି ହୋଇଛନ୍ତି । 

ଜେଡିୟୁ: ଜେଡିୟୁର ୭୫ ପ୍ରତିଶତ ଅର୍ଥାତ ୧୨ ଜଣ ସାଂସଦ ଅପରାଧରେ ଜଡ଼ିତ । ମୋଟ ୧୯ ସାଂସଦଙ୍କ ମଧ୍ୟରେ ୮ ଜଣ ସଙ୍ଗୀନ ମାମଲାରେ ଫସିଛନ୍ତି ।

ଓ୍ବାଇଏସ୍‌ଆରସିପି: ମୋଟ ୧୭ ସାଂସଦଙ୍କ ମଧ୍ୟରୁ ୮ (୪୭%) ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ନେଇ ଏଡିଆର ରିପୋର୍ଟରୁ ଜଣାପଡ଼ିଛି । ୭ ଜଣ ସାଂସଦ ଗୁରୁତର ଅପରାଧରେ ଛନ୍ଦି ହୋଇଛନ୍ତି । 

ସାଂସଦମାନେ ଯେ କେବଳ ଅପରାଧରେ ଜଡ଼ିତ ତାହା ନୁହେଁ ବରଂ ସେମାନଙ୍କ ମଧ୍ୟରୁ ଅନେକଙ୍କ ସଂପତ୍ତି ୧୦୦ କୋଟି ଟଙ୍କାରୁ ଅଧିକ । ୫ ପ୍ରତିଶତ ସାଂସଦ ବିଲେନିୟର । ସର୍ବାଧିକ ସଂପତ୍ତି ଥିବା ସାଂସଦଙ୍କ ମଧ୍ୟରେ ନକୁଳ ନାଥ (କଂଗ୍ରେସ), ଡି.କେ ସୁରେଶ (କଂଗ୍ରେସ), କେ ରଘୁରାମ କୃଷ୍ଣ ରାଜୁ(ନିର୍ଦ୍ଦଳୀୟ) ପ୍ରମୁଖ ସାମିଲ । ଏଡିଆର ରିପୋର୍ଟ ଅନୁସାରେ ୭୩ ପ୍ରତିଶତ ସାଂସଦ ଗ୍ରାଜୁଏଟ୍‌ ହୋଇଥିବା ବେଳେ ବିଦାୟୀ ସାଂସଦଙ୍କ ମଧ୍ୟରେ ଅଛନ୍ତି ୧୫ ପ୍ରତିଶତ ମହିଳା ।  

 

  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.