ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

କୁକୁଡ଼ାଖଣ୍ଡିରେ ବିକାଶର ହିସାବ ଦେଲେ ୫-ଟି ଅଧ୍ୟକ୍ଷ

କୁକୁଡାଖଣ୍ଡି, ୨୨।୨ : ଭଲ କାମ କଲେ ଟଙ୍କାର ଅଭାବ ରହିବନି । ପ୍ରଥମ କିସ୍ତି ପରେ ଦ୍ବିତୀୟ ଓ ତୃତୀୟ କିସ୍ତି ମିଳିବ । ଏହା ଓଡ଼ିଶାର ଟଙ୍କା ଏହାକୁ ସ୍ବଚ୍ଛ ଭାବେ ଖର୍ଚ୍ଚ କରନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କହନ୍ତି । କାମ ବେଶି କରନ୍ତି । ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି । ତେଣୁ ଯୋଜନା ଉପରେ ଯୋଜନା କରୁଛନ୍ତି । ଏହାକୁ ଘରେ ଘରେ ପହଞ୍ଚାନ୍ତୁ । ଗଂଜାମ ଗସ୍ତରେ ଥିବା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  ଗସ୍ତ କରି ଏହି ଅପିଲ କରିଛନ୍ତି । ବିଶାଳ ଜନସଭାକୁ ସମ୍ବୋଧିତ କରି ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି ଅଞ୍ଚଳରୁ ୫୦୦ ଦରଖାସ୍ତ ମିଳିଥିବାବେଳେ ପ୍ରାୟ ସମାଧାନ ହୋଇଛି ଏବେ ପୁଣି ଅଭିଯୋଗ ପତ୍ର ଆସିଛି ।

 ନିଜ ନୂଆ ବର୍ଷ ଶୁଭେଚ୍ଛା କାର୍ଡରେ ମନ୍ଦିରକୁ ସ୍ଥାନ ଦେଉଥିବା ମୁଖ୍ୟମନ୍ତ୍ରୀ ଏହାର ଉନ୍ନତି ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମନ୍ଦିରର ଉନ୍ନତି କାମ ଚାଲିଛି । ଆବଶ୍ୟକ ପଡିଲେ ଆହୁରି ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।  ଅଭିଭାଷଣବେଳେ ମନ୍ଦିର, ଚର୍ଚ୍ଚ, ମସଜିଦ, କମ୍ୟୁନିଟି ସେଣ୍ଟର ଲାଗି ନୂଆ ଆବେଦନ ଗ୍ରହଣ କରି ୨୯ ତାରିଖ ସୁଦ୍ଧା ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ । ଲୋକଙ୍କ ସହ ଆଲୋଚନା କରି ସରକାରଙ୍କ ଯୋଜନା ସଂପର୍କରେ ସେ ଅପଡେଟ ନେଇଥିଲେ । ବିଭିନ୍ନ ଭତ୍ତା ବୃଦ୍ଧି ନେଇ ଲୋକଙ୍କୁ ପ୍ରଶ୍ନ ପଚାରିଥିଲେ । ନିକଟରେ ଭିନ୍ନକ୍ଷମ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫ଶହରୁ ହଜାରେ ଟଙ୍କାକୁ ବୃଦ୍ଧି ହୋଇଛି। କଳାକାରଙ୍କ ଭତ୍ତା ୧୨ଶହ ଟଙ୍କା ଥିବାବେଳେ ଏହାକୁ ଦୁଇ ହଜାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗର୍ଭବତୀ ମାଆମାନଙ୍କ ଲାଗି ମମତା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଦୁଇ ଗୁଣା କରିଛନ୍ତି ।

 ସେହିପରି ଗଞ୍ଜାମର କୁକୁଡ଼ାଖଣ୍ଡି ଅଞ୍ଚଳର ବିକାଶ ଲାଗି ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖେମୁଣ୍ଡି କଲେଜ ଲାଗି ୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ କୁକୁଡ଼ାଖଣ୍ଡି ସାଇନସ କଲେଜ ଲାଗି ୧ କୋଟି ମଞ୍ଜୁର ହୋଇଛି। ମହୁରୀକାଳୁଆ ମନ୍ଦିରର ଉନ୍ନତି ଲାଗି ୧ କୋଟି ୮୦ ଲକ୍ଷ ଏବଂ ବି. ତୁରୁବୁଡ଼ି ପଞ୍ଚାୟତସ୍ଥିତ ମା’ ନିଜବଙ୍କେଶ୍ବର ମନ୍ଦିର ଲାଗି ୧ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୁକୁଡ଼ାଖଣ୍ଡିରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି- ଗତଥର ଆସିଥିବାବେଳେ ସେ  ୫୫୦ ଦରଖାସ୍ତ ପାଇଥିଲେ। ସେଥିରୁ ୫୦୦ଟି ସମାଧାନହୋଇଛି। ଘଟକେଶ୍ବର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ୨୯ ତାରିଖ ସୁଦ୍ଧା ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଲାଗି ଆସିବ ଖୁସି ଖବର। ଦିଗପହଣ୍ଡିରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ କାମ ଚାଲିଛି। ବୋମକେଇରେ ଆମ ହସ୍ପିଟାଲ ଲୋକାର୍ପିତ ହୋଇଛି। ଯୁବ ପିଢ଼ିଙ୍କୁ ବିନା କାଗଜରେ ୧ ଲକ୍ଷ ଟଙ୍କା ଯାଏ ଵିଜନେସ ପାଇଁ ଋଣ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଲକ୍ଷ୍ମୀ ବସ ଆରମ୍ଭ କରାଯାଇଛି । ମାଆ ମାନଙ୍କ ପାଇଁ ଲକ୍ଷ୍ମୀ ବସ  ଟିକେଟର ଦାମ ମାତ୍ର ୫ଟଙ୍କା ରଖାଯାଇଛି । ପଞ୍ଚାୟତରୁ ବ୍ଲକ ଯାଇପାରିବା ନେଇ ମୁଖ୍ୟମନ୍ତ୍ରୀ ଏହି ସେବା ଆରମ୍ଭ କରିଛନ୍ତି । ଏଥିରେ ସ୍କୁଲ କଲେଜ ପିଲାମାନେ ଶିକ୍ଷାନୁଷ୍ଠାନ ମଧ୍ୟ   ଯାଇପାରୁଛନ୍ତି । +୩ ଓ ପିଜିରେ ନୂଆ-ଓ ଛାତ୍ରବୃତ୍ତି ନୂଆ ଯୋଜନାରେ ଆଉ ୫ ଦିନ ପରେ ଛାତ୍ରଛାତ୍ରୀ ଅର୍ଥରାଶି ନିଜ ବ୍ୟାଙ୍କ ଖାତାରେ ପାଇବେ । ପୁଅମାନେ ୯ହଜାର, ଝିଅମାନେ ୧୦ ହଜାର ଟଙ୍କା ପାଇବେ । ଅଭିଭାବକଙ୍କ ବୋଝ ହାଲୁକା କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରି ଏହି ଯୋଜନା ଆଣିଛନ୍ତି । ଛାତ୍ରଛାତ୍ରୀ  ପ୍ରତିବର୍ଷ ଏହି ବୃତ୍ତି ପାଇବେ । ଏହା ଆଉ କେଉଁ ରାଜ୍ୟରେ ହୋଇନି ବୋଲି ଏହି ଅବସରରେ ସୂଚାଇ ଦେଇଥିଲେ ୫-ଟି ଅଧ୍ୟକ୍ଷ । ମିଶନ ଶକ୍ତି ମାଆମାନଙ୍କୁ ଭଲ କାମ କରିବା ଲାଗି ଆହ୍ବାନ ଦେଇଥିଲେ । ସମସ୍ତେ ମିଶି ଭଲକାମ କରିବା ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ ପାଣ୍ଡିଆନ । ମାଆମାନଙ୍କ ଲୋନ ସୀମାରେ ଆହୁରି ବୃଦ୍ଧି କରାଯିବ । ଏମବିକେ, କୃଷକସାଥୀଙ୍କ ଦରମା ଆଉ ଗୋଟିଏ ସପ୍ତାହ ମଧ୍ୟରେ ବଢିବ ବୋଲି କହିଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗସ୍ତ ସମୟରେ ରାଜ୍ୟ ସଭା ସାଂସଦ ମାନସମଙ୍ଗରାଜ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟାକ୍ଷା ବିଷ୍ଣୁପ୍ରିୟା ପାତ୍ର ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ଜୋରନ୍ଦା ରୋଡ଼ ଷ୍ଟେସନରେ ଅଘଟଣ , ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.