ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଁରୁ ସହରକୁ ଯୋଡିବ ଲକ୍ଷ୍ମୀ ବସ୍‌: ଆଜି ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୦୨: ଗାଁ ରୁ ସହର ଯୋଡି ହେବ । ପରିବହନ କ୍ଷେତ୍ର ଆହୁରି  ଆଗକୁ ବଢିବ ରାଜ୍ୟ । ଏନେଇ ଲକ୍ଷ୍ମୀ ଯୋଜନାର ସୋମବାର ଆଉ ୫ ଜିଲ୍ଲାରେ ବସ୍‌ ସେବା  ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । 

ସୋମବାର  ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ, କେନ୍ଦୁଝର ଓ ସୁନ୍ଦରଗଡ  ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବ । ମୋଟ୍‌ ୪୨୫ଟି ବସ୍‌କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ବାଣିଜ୍ୟ  ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ପୂର୍ବରୁ ଏକାଧିକ ଜିଲ୍ଲାରେ ଏହି ବସ୍‌  ସେବା ଆରମ୍ଭ ହୋଇ ସାରିଛି । ମହିଳା, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ଶସକ୍ତ କରିବା  ଏହି ବସ୍‌ ସେବାର ମୂଳ ଲକ୍ଷ୍ୟ । ମହିଳା ମାନଙ୍କ ପାଇଁ ବସ୍‌ ଟିକେଟ୍‌ ମୂଲ୍ୟ ମାତ୍ର ୫ ଟଙ୍କା  ରଖାଯାଇଛି । ଆସନ୍ତା ୧୬ ତାରିଖରେ ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.