ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଶିମିଳିପାଳରେ ଶିକାର ଉଦ୍ୟମ ପଣ୍ଡ, ଅଭୟାରଣ୍ୟକୁ ପଶିଲା ବେଳେ ୫ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ

Published By : Prameya | February 2, 2024 2:19 PM

କରଞ୍ଜିଆ, ୦୨/୦୨ : ଶିମିଳିପାଳରେ ଶିକାର ଉଦ୍ୟମ ପଣ୍ଡ। ଶିକାର ପାଇଁ ଅଭୟାରଣ୍ୟକୁ ପ୍ରବେଶ କରୁଥିବା ବେଳେ ୫ ଶିକାରୀଙ୍କୁ ଗିରଫ କଲା STPF ଓ ଜଏଣ୍ଟ ଟାକ୍ସ ଫୋର୍ସ। ସେମାନଙ୍କ ନିକଟରୁ ସେମାନଙ୍କ ଠାରୁ ଗୋଟିଏ ଜାଲ, ଫାଶ, ଦୁଇଟି ଟାଙ୍ଗିଆ, କାତି, ଛୁରୀ, ଧନୁତୀର, ଗୋଟିଏ ସମ୍ବର ଓ ହରିଣ ଶିଙ୍ଗ ଜବତ ହୋଇଛି। 

ସୂଚନାନୁଯାୟୀ, ଶିମିଳିପାଳ ଅଭୟାରଣ୍ୟକୁ ଶିକାର ପାଇଁ ଯାଉଥିବା ବେଳେ କେଣ୍ଡୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ୫ ଶିକାରୀ ଧରା ପଡିଛନ୍ତି। STPF ଓ ଜଏଣ୍ଟ ଟାକ୍ସ ଫୋର୍ସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ସେମାନଙ୍କ ଠାରୁ ଗୋଟିଏ ଜାଲ, ଫାଶ, ଦୁଇଟି ଟାଙ୍ଗିଆ, କାତି, ଛୁରୀ, ଧନୁତୀର, ଗୋଟିଏ ସମ୍ବର ଓ ହରିଣ ଶିଙ୍ଗ ଜବତ ହୋଇଛି। ୫ ଶିକାରୀଙ୍କୁ ଯଶୀପୁରରେ ଥିବା ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି। ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସାଇକିରନ୍ ଡି. ଏନ୍ ଏନେଇ ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.