ଆଠଗଡ଼, ୧୬/୧୧ : କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳି ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରୁ ଦେଶୀ ମଦ ଜବତ। ୫୬୦ ଲିଟର ଦେଶୀ ମଦ ସହ ୫୭୪୦ ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ। ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ।
ସୂଚନାନୁଯାୟୀ, କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳି ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ବେଆଇନ ଦେଶୀ ମଦ କାରବାର କରାଯାଉଛି। ବିଶେଷ ସୂତ୍ରରୁ ଖବର ପାଇ ଖୁଣ୍ଟୁଣି ପୋଲିସ୍ ସହିତ କଟକ ମୋବାଇଲ୍ ସ୍କ୍ୱାର୍ଡ ଓ ଆଠଗଡ଼ ଅବକାରୀ ବିଭାଗ ମିଳିତ ଚଢାଉ କରି ୫୬୦ ଲିଟର ଦେଶୀ ମଦ ସହ ୫୭୪୦ ଲିଟର ପୋଚ ନଷ୍ଟ କରିଛି। ଏ ଘଟଣାରେ କାହାକୁ ଗିରଫ କରାଯାଇନାହିଁ। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।