ସମ୍ବଲପୁର, ୨୬/୦୮ : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍। ଏବେ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରୁ ଜଳପ୍ରବେଶ କମିବା ଫଳରେ ଗେଟ୍ ବନ୍ଦ କରାଯାଇଛି। ପୂର୍ବରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା।
ସୂଚନାନୁଯାୟୀ, ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ବାମ ପାର୍ଶ୍ଵର ୯ଟି ଏବଂ ଡାହାଣ ପାର୍ଶ୍ଵର ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇ ୬୨୧.୪୭ ଫୁଟରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ଲକ୍ଷ ୪୫ ହଜାର ୨୪୦ କ୍ୟୁସେକ ଜଳ ପ୍ରବେଶ କରୁଛି।