ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ନଭେମ୍ବରରୁ ଜମିବ ଇକୋ ରିଟ୍ରିଟ୍‌: ଏଥର ବି ୭ ସ୍ଥାନରେ ମନୋରଞ୍ଜନର ବିଶାଳ ଉତ୍ସବ, ୩ ମାସ ଧରି ଚାଲିବ

ଭୁବନେଶ୍ୱର,୧୬/୦୯: ଏକାଠି ହେବେ ପ୍ରକୃତି ଓ ପର୍ଯ୍ୟଟକ । ଭିଡ଼ରୁ ବାହାରି କ୍ଷଣିକ ସମୟର ମଜା ନେବେ । ମଉଜ, ମସ୍ତିରେ ବୁଡ଼ି ରହିବେ । ଅତି ପାଖରୁ ଶାନ୍ତ, ସ୍ୱଚ୍ଛ ଓ ସବୁଜ ପରିବେଶକୁ ଉପଭୋଗ କରିବେ । ପର୍ଯ୍ୟଟକମାନଙ୍କୁ ଦୃଷ୍ଟିରେ ରଖି ଗତ ବର୍ଷ ପରି ଏଥର ବି ୭ଟି ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ସରକାର ଆୟୋଜନ କରୁଛନ୍ତି ମନୋରଞ୍ଜନର ବିଶାଳ ଉତ୍ସବ-ଇକୋ ରିଟ୍ରିଟ୍‌ । ପର୍ଯ୍ୟଟନ ଋତୁ, ବିଭିନ୍ନ ଉତ୍ସବ, ମହୋତ୍ସବ ସହ ଆସନ୍ତା ନଭେମ୍ବରରୁ ଆରମ୍ଭ ହେଉଛି ଏହି ଉତ୍ସବ । ଯାହା ୩ ମାସ ଅର୍ଥାତ୍‌ ୯୦ ଦିନ ଧରି ଚାଲିବ । ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ବୁକିଂ ଆଜିଠୁ ଆରମ୍ଭ ହୋଇଛି । ଏନେଇ ଟ୍ୱିଟ୍‌ କରି ପର୍ଯ୍ୟଟକମାନଙ୍କୁ ସୂଚିତ କରାଯିବା ସହ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ବୁକିଂ ସୁବିଧା ଉପଲବ୍ଧ ରହିଛି । 

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପତି ସୋନପୁର ଏବଂ ପୁଟସିଲ୍‌ରେ ଏହି ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେବ । ବୁକିଂରୁ ଯାହା ସୂଚନା ମିଳୁଛି, ଏଥର କିନ୍ତୁ ସବୁ ସ୍ଥାନରେ ଅଲଗା ଅଲଗା ମାସରେ ଏହି ଉତ୍ସବ ହେବ । ୭ରୁ ୪ଟି ସ୍ଥାନ ସାତକୋଶିଆ, ଦାରିଙ୍ଗବାଡ଼ି, ହୀରାକୁଦ, ପୁଟସିଲ୍‌ରେ ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହୋଇ ଜାନୁଆରୀ ୧୬, ୨୦୨୪ ପର୍ଯ୍ୟନ୍ତ ଚାଲିବ । ସେହିପରି ଭିତରକନିକା ଓ ପତି ସୋନପୁରରେ ଆସନ୍ତା ଡିସେମ୍ବର ୧୫ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୬, ୨୦୨୪ ପର୍ଯ୍ୟନ୍ତ ଚାଲିବ । ବାକି କୋଣାର୍କରେ ସବୁଥର ଆଗ ଆରମ୍ଭ ହୁଏ । ଏଥର କିନ୍ତୁ ଆସନ୍ତା ଜାନୁଆରୀ ୪ରୁ ଫେବ୍ରୁଆରୀ ୧୬ ପର୍ଯ୍ୟନ୍ତ ହେବ ବୋଲି ସୂଚୀତ କରାଯାଇଛି । କିନ୍ତୁ ପୂର୍ବରୁ ଉଦ୍‌ଘାଟନ ହୋଇପାରେ ଏବଂ ପରେ ମାର୍ଚ୍ଚ ପର୍ଯ୍ୟନ୍ତ ଅବଧି ବଢ଼ିପାରେ । 

ସବୁ ସ୍ଥାନରେ ଗୋଟିଏ ରାତି ପାଇଁ ରହଣୀ ବ୍ୟବସ୍ଥା ରହିଛି । କୋଣାର୍କରେ ଦାମ୍‌ ୭ହଜାରୁ ଆରମ୍ଭ ହୋଇ ୨୯ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିଲାବେଳେ ବାକି ଅନ୍ୟ ସ୍ଥାନରେ ୭ରୁ ୮ ହଜାର ରହିଛି । ବୁକିଂ ଦରକୁ ଛାଡ଼ି ଅଲଗା ଜିଏସ୍‌ଟି ଦେବାକୁ ହେବ । ପ୍ରତି ଇକୋ ରିଟ୍ରିଟ୍‌ ସ୍ଥଳରେ ଗୋଟିଏ କଟେଜ ଭିତର ରୁମ୍‌ରେ ୨ଜଣ ରହିପାରିବେ । ସେଠାରେ ମିଳୁଥିବା ସମସ୍ତ ସୁବିଧା ପର୍ଯ୍ୟଟକମାନେ ବୁକିଂ ସମୟରେ ହିଁ ଅନ୍‌ଲାଇନ୍‌ରେ ଦେଖିପାରିବେ ।

ପ୍ରତି ସ୍ଥଳ ୧୦୦% ନିରାପଦ ଏବଂ ସ୍ୱଚ୍ଛ, ୨୪ ଘଣ୍ଟିଆ ସେବା, ଶୀତତାପ ନିୟନ୍ତ୍ରଣ, ସମ୍ମିଳନୀ ସୁବିଧା, ଜଳକ୍ରୀଡ଼ା, ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ, ରେସ୍ତୋରାଁ, ଚିତ୍ତବିନୋଦନ କାର୍ଯ୍ୟକ୍ରମ, ପିଲାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ଉନ୍ନତ ଶୌଚାଳୟ ସୁବିଧା, ବିଚ୍‌ ଆକ୍ଟିଭିଟିଜ୍‌, ବିଚ୍‌ ବାର୍‌, ଗାଇଡେଡ୍‌ ଟୁରସ୍‌, ଡକ୍ଟର ଅନ୍‌ କଲ୍‌ ବ୍ୟବସ୍ଥା ପର୍ଯ୍ୟଟକମାନେ ପାଇପାରିବେ । ସବୁ ସ୍ଥାନରେ କିନ୍ତୁ କାର୍ଯ୍ୟକ୍ରମ ଅଲଗା ଅଲଗା ରହିଛି । ଯେଁଉଠି ବେଳାଭୂମି ନାହିଁ ସେଠି ପାହଡ଼, ଜଙ୍ଗଲ ଓ ଝରଣାକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ, ଦୁଃସାହସିକ କ୍ରୀଡ଼ା ବ୍ୟବସ୍ଥା ରହିଛି ।

କୋଣାର୍କ ଇକୋ ରିଟ୍ରିଟ୍‌ରେ ୭୦ରୁ ଅଧିକ ଟେଣ୍ଟ ଲାଗିବ, ୨୦ରୁ ଅଧିକ କାର୍ଯ୍ୟକ୍ରମ ରହିବ । ଏଠାରେ ଟେଣ୍ଟ ଭିତରେ ୪ଟି ଶୈଳୀର କଟେଜ ରହିବ । ଗୋଟିଏ ରାତି ପାଇଁ ଡିଲକ୍ସ ସ୍ୱିସ୍‌ କଟେଜର ଦାମ୍‌ ୭,୭୦୦ ଟଙ୍କା ଥିବାବେଳେ ପ୍ରିମିୟମ ସ୍ୱିସ୍‌ କଟେଜ ୯,୩୫୦, ରୟାଲ ଲକ୍‌ଜୁରୀ ସ୍ୱିସ୍‌ କଟେଜ ୧୩,୭୫୦ ଏବଂ ପ୍ରେସିଡେନ୍ସିଆଲ୍‌ ସୁଇଟ୍‌ର ଦାମ୍‌ ୨୯, ୭୦୦ ଟଙ୍କା ରହିଛି । ଭିତରକୁ ଚେକ୍‌ ଇନ୍‌ ଅପରାହ୍ଣ ୧ଟା ଏବଂ ଚେକ୍‌ ଆଉଟ୍‌ ସମୟ ସକାଳ ୧୦ଟା ରହିଛି ।

ଅନ୍ୟ ୫ଟି ସ୍ଥାନରେ ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ପତି ସୋନପୁର ଏବଂ ପୁଟସିଲ୍‌ରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ୨୫ଟି ଟେଣ୍ଟ ସହ ପ୍ୟାକେଜ୍‌ରେ ୧୨ରୁ ଅଧିକ କାର୍ଯ୍ୟକ୍ରମ ରହିଛି । ଏଠାରେ ଗୋଟିଏ ଶୈଳୀର କଟେଜ୍‌ ରହିଛି । ଗୋଟିଏ ରାତି ପାଇଁ ଡିଲକ୍ସ ସ୍ୱିସ୍‌ କଟେଜର ଦାମ୍‌ ୭ହଜାର ଟଙ୍କା ରହିଛି । ଚେକ୍‌ ଇନ୍‌ ମଧ୍ୟାହ୍ନ ୧୨ଟା ଏବଂ ଚେକ୍‌ ଆଉଟ୍‌ ସକାଳ ୧୦ଟା ରହିଛି । 

କେବଳ ହୀରାକୁଦରେ ଏହି ୫ଟି ସ୍ଥାନରେ ଯେଉଁ ସୁବିଧା ରହିଛି ପ୍ରାୟ ସମାନ, କିନ୍ତୁ ଡିଲକ୍ସ ସ୍ୱିସ୍‌ କଟେଜ ବଦଳରେ ପ୍ରିମିୟମ୍‌ ସ୍ୱିସ୍‌ କଟେଜ ରହିଛି । ଯାହାର ଦାମ୍‌ ଏମାନଙ୍କ ଅପେକ୍ଷା ୧ହଜାର ଅଧିକ ଅର୍ଥାତ୍‌ ୮ହଜାର ଟଙ୍କା ରହିଛି ।

Copyright © 2022 - Summa Real Media Private Limited. All Rights Reserved.