ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା

ଭୁବନେଶ୍ୱର, ୧।୫: ଭୁବନେଶ୍ୱର ଉତ୍ତର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ୨୩ କୋଟି ଟଙ୍କାର ମାଲିକ । ମଙ୍ଗଳବାର ସେ ନିର୍ବାଚନୀ ଆଫିଡେଭିଟ୍‌ରେ ଦାଖଲ କରିଥିବା ରିର୍ପୋଟରୁ ଏହି ତଥ୍ୟ ମିଳିଛି । ତାଙ୍କ ନାଁରେ ଗାଡ଼ି ନଥିବା ବେଳେ ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି ରହିଛି । ସୂଚନା ମୁତାବକ, ସୁଶାନ୍ତଙ୍କ ନାଁରେ ୬ କୋଟି ଏବଂ ସ୍ତ୍ରୀଙ୍କ ପାଖରେ ୨ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେଥିମଧ୍ୟରେ ତାଙ୍କ ହାତରେ ୮୪ ହଜାର ନଗଦ ଟଙ୍କା ରହିଛି । ତାଙ୍କ ନାଁରେ ଗାଡ଼ି ନଥିବା ବେଳେ ସ୍ତ୍ରୀଙ୍କ ନାଁରେ କିଆ ସେଲଟସ୍‌ ଗାଡି ରହିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧୫ ଲକ୍ଷ ଟଙ୍କା ହେବ । 

ସେହିପରି ସୁଶାନ୍ତଙ୍କ ପାଖେ ୫୦ ଗ୍ରାମ ଏବଂ ସ୍ତ୍ରୀଙ୍କ ପାଖରେ ୧୫୦ ଗ୍ରାମ ସୁନା ଅଳଙ୍କାର ରହିଛି । ଯାହାର ମୂଲ୍ୟ ୧୩ ଲକ୍ଷ ଟଙ୍କା । ସୁଶାନ୍ତ ମିନିମେଣ୍ଟ ଲଗିଷ୍ଟିକ୍‌ସରେ ୧ କୋଟି ୪୫ ଲକ୍ଷ ଟଙ୍କାର ଇନ୍‌ଭେଷ୍ଟମେଣ୍ଟ କରିଛନ୍ତି । ସୁଶାନ୍ତ ନନ୍ଦିଘୋଷ ଟିଭିରେ ୩୯ ଲକ୍ଷ, ସରାଉଣ୍ଟ ସାଉଣ୍ଟ ସଲ୍ୟୁସନ୍‌ରେ ୧ କୋଟି ଏବଂ ତାଙ୍କ ସ୍ତ୍ରୀ ଜଗସିଂହପୁର ଥିବା ଏକ ପେଟ୍ରୋଲ ପମ୍ପରେ ୬୯ ଲକ୍ଷ ଟଙ୍କା ଲଗାଇଛନ୍ତି । ତାଙ୍କ ପାଖରେ ୧୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ଏଥିମଧ୍ୟରେ ଗୋଠପାଟଣା, ଗଙ୍ଗପାଟଣା ଭଳି ସ୍ଥାନରେ ଏକାଧିକ ପ୍ଲଟ ରହିଥିବା ଜଣାପଡ଼ିଛି । ନୂଆପଲ୍ଲୀ ପ୍ଲଟ ନଂ ୨୦୦୪, ୫୩୮୫ରେ ଘର ରହିଛି । ଏହି ଘରର ମୂଲ୍ୟ ୩ କୋଟି ୫୪ ଲକ୍ଷ ଏବଂ ରଘୁନାଥପୁରରେ ଥିବା ଘରର ମୂଲ୍ୟ ୧ କୋଟି ୬୫ ଲକ୍ଷ ଟଙ୍କା । ତାଙ୍କ ନାଁରେ ୫୨ ଲକ୍ଷ ଏବଂ ସ୍ତ୍ରୀଙ୍କ ନାଁରେ ୧୨ କୋଟି ୪୬ ଲକ୍ଷ ଟଙ୍କା ମୂଲ୍ୟର ଜାଗା ରହିଛି । ସୁଶାନ୍ତ ମୋଟ ୬ କୋଟି ଟଙ୍କା ଋଣ ନେଇଛନ୍ତି । ସେଥିମଧ୍ୟରେ ତାଙ୍କର ୪ କୋଟି ଏବଂ ସ୍ତ୍ରୀଙ୍କ ନାଁରେ ୧ କୋଟିଏ ୮୬ ଲକ୍ଷ ଟଙ୍କା ଋଣ ରହିଛି । ସେ ଦିଲ୍ଲୀ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ ମାର୍କେଟିଂ ମ୍ୟାନେଜ୍‌ମେଣ୍ଟ ପାଠ ପଢ଼ିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.