ଭୁବନେଶ୍ୱର,୨୬/୦୨: ଆସନ୍ତା ମାର୍ଚ୍ଚ ୧ରେ ନିଯୁକ୍ତ ହେବେ ୮୫୯ ଅଧ୍ୟାପକ । ଉଚ୍ଚ ଶିକ୍ଷା ବିଭାଗର ଏସ୍ଏସ୍ବି ପକ୍ଷରୁ ନିଯୁକ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବନିଯୁକ୍ତି ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ଦେବେ ।
ରବୀନ୍ଦ୍ରମଣ୍ଡପ ଓ ଲୋକସେବା ଭବନରେ ଏକ ନିଯୁକ୍ତି ପର୍ବ କରାଯିବ । ଇଂରାଜୀ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, ଇତିହାସ, ବାଣିଜ୍ୟ, ଶିକ୍ଷା ଆଦି ବିଭାଗରେ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ପଦାର୍ଥ ବିଜ୍ଞାନ ବିଭାଗର ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏହାକୁ ନିଯୁକ୍ତି ପର୍ବରୁ ବାଦ୍ ଦିଆଯାଇଛି । ଅନ୍ୟପଟେ ଆଜିଠୁ ବେସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ନେଇ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚୟନ ହୋଇଥିବା ପ୍ରାର୍ଥୀମାନେ ଆସନ୍ତା ୨୮ ତାରିଖ ମଧ୍ୟରେ ନିଜର ପସନ୍ଦ ସ୍ଥାନ ଚୟନ କରିବେ ।