ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ : ୯ ମାଓବାଦୀ ମୃତ,ବନ୍ଧୁକ ଓ ଗୋଳାବାରୁଦ ଜବତ

ମାଲକାନଗିରି,୨/୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ୯ରୁ ଊର୍ଦ୍ଧ୍ଵ ମାଓବାଦୀ ନିହତ ହୋଇଥିବା ବେଳେ ଏକେ୪୭ବନ୍ଧୁକ ଓ ଗୋଳାବାରୁଦ ଜବତ ହୋଇଛି । ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । 

 ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାରେ ଲୋକସଭା ନିର୍ବାଚନ ପୂର୍ବରୁ ପୋଲିସ ପକ୍ଷରୁ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି । ତେବେ ଏହି କ୍ରମରେ ଆଜି ଜିଲ୍ଲାର ଲେଣ୍ଡରା ଓ କରଚୋଲି ଜଙ୍ଗଲରେ ପୋଲିସ, ଡିଆରଜି, କୋବରା ବାହିନୀ ପକ୍ଷରୁ ମିଳିତ ରୂପେ ଏହି ତଲାସି ଅଭିଯାନ ଜାରି ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ ମାନେ । ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟ ଜାରି ରହିଥିବା ବେଳେ ମାଓବାଦୀ ମାନେ ଯବାନଙ୍କ ସାମ୍ନା କରି ନ ପାରି ଛତ୍ରଭଙ୍ଗ ଦେଇଥିଲେ ଓ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିଲେ । ତେବେ ପ୍ରାୟ ୪ ଘଣ୍ଟା ଧରି ଏହି ଗୁଳି ବିନିମୟ ପରେ ଅଞ୍ଚଳରେ ଯବାନ ମାନେ ପୁନଃ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ତଲାସି ଅଭିଯାନ ବେଳେ ବର୍ତ୍ତମାନ ଯାଏଁ ୯ରୁ ଊର୍ଦ୍ଧ୍ଵ ମାଓବାଦୀଙ୍କ ମର ଶରୀର ସହ ଅନେକ ଅତ୍ୟାଧୁନିକ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି । ପୁଲିସ ପକ୍ଷରୁ ମୃତ ମାଓବାଦୀଙ୍କ ପରିଚୟ ଖୋଜା ଚାଲିଛି।

ଆହୁରି ପଢନ୍ତୁ : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶାନ୍ତିଲତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.