ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ସମୁଦ୍ରରୁ ବାହାରିବ ୩୧୬ ବର୍ଷ ପୁରୁଣା ଜାହାଜ, ପୋତି ହୋଇ ରହିଛି ୧.୬୬ ଲକ୍ଷ କୋଟିର ସମ୍ପତ୍ତି

Published By : Prameya | February 25, 2024 12:57 PM

ନୂଆଦିଲ୍ଲୀ ୨୫/୦୨: ଆଟ୍‌ଲାଣ୍ଟିକ୍‌ ମହାସାଗରରେ ୩୧୬ ବର୍ଷ ପୂର୍ବେ ବୁଡ଼ିଥିବା ଏକ ଜାହାଜର ଅବଶେଷ ବାହାର କରିବେ କଲମ୍ବିଆ ସରକାର । ଏଇଟି ସ୍ପେନ୍‌ର ଜାହାଜ । ନାଁ ‘ସାନ୍‌ ହୋଜେ’ । ଜାହାଜ ସହିତ ୧.୬୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦୦ ଟନ୍‌ ସମ୍ପତ୍ତି ମଧ୍ୟ ପୋତି ହୋଇ ରହିଥିବା ବିଶ୍ୱାସ କରାଯାଉଛି । ଜାହାଜର ଅବଶେଷକୁ ଉପରକୁ ଆଣିବା ପୂର୍ବରୁ ପାଣି ତଳେ ଅନ୍ୱେଷଣ କରାଯିବ । ଏଥିପାଇଁ କଲମ୍ବିଆ ନୌସେନାର ଜାହାଜ ତଦାରଖରେ ରୋବୋକୁ ସମୁଦ୍ରକୁ ପଠାଯିବ । ଏହା ଜାହାଜ ବିଷୟରେ ତଥ୍ୟ ସଂଗ୍ରହ କରିବ । ଜାହାଜର କିଛି ଅଂଶ ବାହାର କରାଯିବ । ତା’ପରେ ଏଥିରେ ହୋଇଥିବା ପରିବର୍ତ୍ତନର ଯାଞ୍ଚ୍‌ ହେବ । ଅବଶେଷର କେଉଁ ଅଂଶ ବାହାରକୁ ଅଣାଯିବ, ଯାଞ୍ଚ୍‌ ପରେ ନିଷ୍ପତ୍ତି ନିଆଯିବ ।

 ଜାହାଜର ଆବର୍ଜନା ସମୁଦ୍ରର ୨ ହଜାର ଫୁଟ ଗଭୀରରେ ରହିଛି । ଏହାର ଅନ୍ୱେଷଣ ପାଇଁ ପ୍ରସ୍ତୁତ ରୋବୋରେ କ୍ୟାମେରା ଲାଗିବ, ଯାହା ସମସ୍ତ ତଥ୍ୟ ରେକର୍ଡ କରିବ । ରୋବୋକୁ ସାଟେଲାଇଟ୍‌ ସହ ମଧ୍ୟ ସଂଯୋଗ କରାଯିବ । ଏହି ଅଭିଯାନ ପାଇଁ କଲମ୍ବିଆ ସରକାର ଚଳିତ ବର୍ଷ ୩୭ କୋଟି ଟଙ୍କା ଖର୍ଚ୍ଚ କରିବେ । ବର୍ଷର ଦ୍ୱିତୀୟାର୍ଦ୍ଧରେ ମିଶନ ଆରମ୍ଭ ହେବ । ଜାହାଜଟି ରାଜା ଫିଲିପ୍‌ ପଞ୍ଚମଙ୍କ ପୁଅଙ୍କ ସମୟର ଥିଲା । ସ୍ପେନ୍‌ ବିଜୟ ଲାଗି ଯୁଦ୍ଧରେ ବ୍ରିଟିଶ ନୌସେନାର ଆକ୍ରମଣରେ ଏହା ବୁଡ଼ିଯାଇଥିଲା । ଏଥିରେ ୬୦୦ ଲୋକ ଥିଲେ । ତନ୍ମଧ୍ୟରୁ ମାତ୍ର ୧୧ ଜଣ ଜୀବିତ ଫେରିଥିଲେ । ୨୦୧୫ ମସିହାରେ କଲମ୍ବିଆ ନୌସେନାର ବୁଡ଼ାଳିଙ୍କୁ ଏହି ଜାହାଜର ଅବଶେଷ ମିଳିଥିଲା । ସେତେବେଳେ ଏହି ଆବିଷ୍କାରକୁ କଲମ୍ବିଆ ରାଷ୍ଟ୍ରପତି ଜୁଆନ ମାନୁଅଲ ସାଣ୍ଟୋସ୍‌ ମାନବ ଇତିହାସରେ ମିଳିଥିବା ସବୁଠୁ ମୂଲ୍ୟବାନ ସମ୍ପତ୍ତି ବୋଲି କହିଥିଲେ ।

 ସାନ୍‌ ହୋଜେକୁ ଜାହାଜ ଅବଶେଷର ପବିତ୍ର ସମାଧି ମଧ୍ୟ କୁହାଯାଏ । ଏହାକୁ ନେଇ ସ୍ପେନ୍‌, କଲମ୍ବିଆ ଓ ବୋଲିଭିୟାର କହାରା ସମୁଦାୟର ଲୋକଙ୍କ ମଧ୍ୟରେ ବିବାଦ ଚାଲିଛି । ବୋଲିଭିଆ ସମୁଦାୟର ଦାବି ଅନୁସାରେ, ସେମାନଙ୍କୁ ସାନ୍‌ ହୋଜେର ଭଣ୍ଡାର ଖନନ ପାଇଁ ବାଧ୍ୟ କରାଯାଇଥିଲା । ସେଥିଯୋଗୁ ଏହି ସମ୍ପତ୍ତି ଉପରେ ସେମାନଙ୍କ ଅଧିକାର ରହିବା ଉଚିତ୍‌ । ସାନ୍‌ ହୋଜେ ଷୋଡ଼ଶ-ଅଷ୍ଟାଦଶ ଶତାବ୍ଦୀରେ ୟୁରୋପ ଓ ଆମେରିକା ମଧ୍ୟରେ ଯାତାୟାତ କରୁଥିଲା । ଏହା ଧନସମ୍ପତ୍ତିକୁ ଆମେରିକାରୁ ସ୍ପେନ୍‌ ନେଉଥିଲା, ଯାହାକୁ ସ୍ପେନ୍‌ ଯୁଦ୍ଧରେ ବ୍ରିଟେନ ବିରୋଧରେ ବ୍ୟବହାର କରିଥାନ୍ତା । ଯାତ୍ରା ସମୟରେ ବ୍ରିଟିଶ ସ୍କ୍ୱାଡ୍ରନ୍‌ ସହ ଏହାର ସାମ୍ନା ହେଲା । ୧୭୦୮ ମସିହା, ଜୁନ୍‌ ୮ରେ ରୟାଲ ନ୍ୟାଭିର ଇଂରାଜୀ କୋମୋଡୋର ଚାର୍ଲସ ୱାଗର ଏହି ଜାହାଜକୁ ବାରୁ ନିକଟସ୍ଥ କାର୍ଟାଜେନାରୁ ୧୬ ମାଇଲ ଦୂରରେ ଟ୍ରାକ୍‌ କରିଥିଲେ । କିନ୍ତୁ ଜାହାଜରେ ଥିବା ପାଉଡର ମ୍ୟାଗାଜିନ୍‌ରେ ବିସ୍ଫୋରଣ ଯୋଗୁ ତାହା ବୁଡ଼ିଗଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.