ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ରୁଷିଆର ବରିଷ୍ଠ ବାୟୁସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର, ଦେଶର ପାଇଲଟ ଓ ପୁଟିନଙ୍କୁ କରିଥିଲେ ସମାଲୋଚନା

Image Courtesy: yahoo news

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚନା କରିଥିବା ଏବଂ ଦେଶର ଏୟାର ଫୋର୍ସକୁ ଥାର୍ଡ ଗ୍ରେଡ ବୋଲି କହିଥିବା ଜଣେ ଏୟାର କମାଣ୍ଡରଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ନ୍ୟୁଜଓ୍ବିକରେ ପ୍ରକାଶିତ ଖବର ଅନୁସାରେ ଷଷ୍ଠ ଏୟାର ଫୋର୍ସର ପୂର୍ବତନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଭ୍ଲାଦିମିର ସିବ୍ରିଦୋଭଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର ହୋଇଛି । ଜଣେ ମହିଳାଙ୍କ ମୃତଦେହ ପାଖରୁ ସିବ୍ରିଦୋଭଙ୍କ ଶରୀର ମିଳିଥିବା ନେଇ ପୋଲିସ କହିଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରି ନାହିଁ । କିନ୍ତୁ ଅନ୍ୟ ଖବର କାଗଜ ଅନୁସାରେ ମହିଳା ଜଣଙ୍କ ସିବ୍ରିଦୋଭଙ୍କ ପତ୍ନୀ। 

ତେବେ ସିବ୍ରିଦୋଭଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତିକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।  ଏହି ମାମଲାରେ ଗ୍ୟାସ ସେବା ଯୋଗାଉଥିବା କର୍ମଚାରୀଙ୍କୁ ପୋଲିସ ଅଟକ ରଖିଛି । ଏହା ବ୍ୟତୀତ ସିବ୍ରିଦୋଭଙ୍କ ବାସଭବନରେ ଅନ୍ୟ କୌଣସି ଅସ୍ତ୍ର ଜବତ ହୋଇନାହିଁ ବୋଲି ରୁଷିଆ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ରୁଷିଆର ଜଣେ ବରିଷ୍ଠ ସେନା ଅଧିକାରୀ ସିବ୍ରିଦୋଭ ଏକ ସାକ୍ଷାତକାରରେ କହିଥିଲେ ଯେ, ଦେଶର ପାଇଲଟମାନଙ୍କୁ ସବୁଠୁ ଖରାପ ପ୍ରଶିକ୍ଷଣ ଦିଆଯାଉଛି । ଜଣେ ପାଇଲଟଙ୍କ ପାଖରେ ବାର୍ଷିକ ୧୦୦ ଘଣ୍ଟା ବିମାନ ଉଡ଼ାଣର ଅଭିଜ୍ଞତା ରହିବା ଦରକାର ।  ହେଲେ ଜଣେ ପାଇଲଟ ମାତ୍ର ୨୫ରୁ ୩୦ ଘଣ୍ଟା ବିମାନ ଉଡାଉଛନ୍ତି । ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । 

ଅନ୍ୟ ଏକ ଇଣ୍ଟରଭ୍ୟୁରେ ସିବ୍ରିଦୋଭ ଅଭିଯୋଗ କରିଥିଲେ ଯେ, ଆମକୁ ଅଣ ପ୍ରଶିକ୍ଷିତ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ବାଧ୍ୟ କରାଯାଉଛି । କାରଣ ସେମାନଙ୍କ ଠାରୁ ମଧ୍ୟ ଭଲ ଅଧିକାରୀ ଆମ ପାଖରେ ନାହାନ୍ତି । ଏଥିପାଇଁ ମିଲିଟାରି ଏକାଡେମିକୁ ଥାର୍ଡ ରାଙ୍କିଙ୍ଗ ପାଇଲଟମାନଙ୍କୁ ପଠାଯାଉଛି । ଅତୀତରେ ଏଭଳି କେବେ ବି ହୋଇନଥିଲା ବୋଲି ସେ ଅଭିଯୋଗ କରିଥିଲେ । ଲେଫ୍ଟନାଣ୍ଟ ଜେନେରାଲ ସିବ୍ରିଦୋଭ ରେଡ ଷ୍ଟାର ଆଓ୍ବାର୍ଡ ପ୍ରାପ୍ତ ଦକ୍ଷ ଅଫିସର ହୋଇଥିବା ବେଳେ ରୁଷିଆର ସେ ଜଣେ ସମ୍ମାନିତ ପାଇଲଟ ଭାବେ ଜଣାଯାଉଥିଲେ । 

ଅନ୍ୟପଟେ ସିବ୍ରିଦୋଭ  ରୁଷିଆର ପାଇଲଟମାନଙ୍କୁ କମ୍‌ ଦରମା ଏବଂ ଖରାପ ଘର ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ।  ଏହା ସହ ଯୁବ ଅଧିକାରୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ ରାଷ୍ଟ୍ରପତି ପୁଟିନଙ୍କୁ ଅପିଲ ମଧ୍ୟ କରିଥିଲେ ।

 

  • President Putin
  • Vladimir Putin
  • Copyright © 2022 - Summa Real Media Private Limited. All Rights Reserved.