ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୈବପୀଠରେ ମାନସିକଧାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଗଞ୍ଜାମ, ୨୩/୦୨ : ରମ୍ଭାଥାନା ସାତୁଳି ଗ୍ରାମ ନିକଟ ମକରେଶ୍ୱର ଶିବ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ଯୋଗୀନ୍ଦ୍ର ପ୍ରଧାନ (୫୬ ବର୍ଷ) ବୋଲି ଜଣାପଡିଛି। 

ସୂଚନାନୁଯାୟୀ, ଗୋପାଳପୁର ଥାନା ଖଜିରିଆପଲ୍ଲୀ ଅଞ୍ଚଳର ଯୋଗୀନ୍ଦ୍ର ପ୍ରଧାନ ଏହି ଶୈବପୀଠରେ ଆସି ନିଜର ମାନସିକ ପୂରଣ ପାଇଁ ଗତ ୧୭ଦିନ ହେବ ମନ୍ଦିର ବେଢାରେ ଗୁହାରିଆ ପଡିରହିଥିଲେ। ଆଜି ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ପୁଲିସ ଏବଂ ତାଙ୍କ ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଯୋଗୀନ୍ଦ୍ରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.