ପ୍ରମୂଖ ଖବର

ଡେଥ୍‌ କାଲକୁଲେଟର ଦ୍ୱାରା AI କହିବ କେଉଁ ଦିନ ହେବ ମୃତ୍ୟୁ, ଜାଣନ୍ତୁ ବିସ୍ତୃତରେ

ନୂଆଦିଲ୍ଲୀ : ଏଆଇ କଠିନରୁ ଅତି କଠିନ କାମକୁ କ୍ଷଣିକରେ କରିବାର କ୍ଷମତା ପ୍ରତିପାଦିତ କରିଛି, କିନ୍ତୁ ଏଆଇ ଏତିକିରେ ସୀମିତ ରହିବା ତ ଠିକ୍‌ ଅଛି । ହେଲେ ଏଆଇ ଏହା ଠାରୁ ଆହୁରି ଆଗକୁ ବଢି ଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏବେ ଏଆଇ ଏହା କହିଦେବ ଯେ,ଆପଣଙ୍କର ମୃତ୍ୟୁ କେବେ ହେବ। ନିଶ୍ଚୟ ଏଥିରେ ଆପଣ ଚମକି ପଡ଼ିବେ , ହେଲେ ଏହା ସତ। 

ନିକଟରେ ଯେବେ ଏହିକଥା ସାମନାକୁ ଆସିଛି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଡେଟ୍‌ କ୍ୟାଲକୁଲେଟର ତିଆରି କରିବାକୁ କରାଯାଇ ପାରେ , ଯାହା ଆପଣଙ୍କର ମୃତ୍ୟୁ ଦିନ କେବେ ଭବିଷ୍ୟବାଣୀ କରିବ, ଏହା ଶୁଣିବାରେ କୌଣସି ଭୟାନକ ସ୍ୱପ୍ନ ଠାରୁ କମ୍‌ ନଥିଲା। ଲୋକଙ୍କ ପ୍ରତିକ୍ରିୟା ଦେଖି ଏହା ବି ଜଣାପଡ଼ିଛି କି, ଲୋକେ କେତେ ସହଜରେ ବିଶ୍ୱାସ କରି ନେଉଛନ୍ତି କି, ଏଆଇ ପାଖରେ ଭାଗ୍ୟ ତିଆରି କରିବା ଯାଦୁ ବିଦ୍ୟା ଶକ୍ତି ଅଛି। 

ନେଚର କମ୍ପ୍ୟୁଟେସନାଲ ସାଇନ୍ସ ଜର୍ନାଲରେ ଯେଉଁ ପେପର ବିବାଦକୁ ଜନ୍ମ ଦେଇଛି , ଏଥିରେ ମୃତ୍ୟୁର ଭବିଷ୍ୟବାଣୀ କରିବାକୁ ଏଆଇର ବ୍ୟବହାର ସାମିଲ ହୋଇଥିଲା ,କିନ୍ତୁ ଏହା ବହୁତ ସଠିକ୍‌ ନଥିଲା। ଡେନମାର୍କରେ ହଜାର ହଜାର ଲୋକଙ୍କ ଆର୍ଥିକ ଓ ସ୍ୱାସ୍ଥ୍ୟ ଡାଟା ଉଭୟର ବ୍ୟବହାର କରି ଏକ ଏଆଇ ସ୍ତରୀୟ ସିଷ୍ଟମ ପାଖାପାଖି ୭୮ ପ୍ରତିଶତ ସଠିକତା ସହ ଭବିଷ୍ୟବାଣୀ କରିବାରେ ସକ୍ଷମ ଥିଲା କି, ଆଗାମୀ ୪ ବର୍ଷ ଭିତରେ କେଉଁ ଲୋକଙ୍କ ମୃତ୍ୟୁ ହେବ। 

ମୃତ୍ୟୁର ଭବିଷ୍ୟବାଣୀ କରୁଛି life2vec -

ବୀମାଙ୍କିକ ଟେବଲ ତିଆରି କରିବାକୁ ଉପଯୋଗ କରାଯାଉ ଥିବା ଏଲଗୋରିଦିମ୍‌ ପୂର୍ବରୁ ହିଁ ଏହି ପ୍ରକାରର ଷ୍ଟାଟିଷ୍ଟିକାଲ ପୂର୍ବାନୁମାନ କରିଥାଏ, କିନ୍ତୁ ନୂଆ ସିଷ୍ଟମ, ଯାହାକୁ life2vec କୁହାଯାଉଛି, ଅଧିକ ସଠିକ୍‌ ଓ ସଂପୂର୍ଣ୍ଣ ରୂପେ ଅଲଗା ପ୍ରକାରରେ କାମ କରିଥାଏ। ପେପରର ଲିଡ୍‌ ଅଥର, କୋପେନହେଗନ ବିଶ୍ୱବିଦ୍ୟାଳୟର କମ୍ପ୍ଲେକ୍ସିଟି ସାଇନ୍ସର ପ୍ରଫେସର ସୁନେ ଲେହମ୍ୟାନ କହିଛନ୍ତି life2vec ଜୀବନର ଘଟଣାର ଏହିପରି ଭବିଷ୍ୟବାଣୀ କରିଥାଏ, ଯାହାକୁ ଚାଟ୍‌ ଜିପିଟି ଶବ୍ଦର ଭବିଷ୍ୟବାଣୀ କରିଥାଏ। 

ନିଷ୍କର୍ଷ ଏଥିପାଇଁ କୌଣସି ମୂଲ୍ୟ ରଖି ନଥାଏ ଯେ, ଏହା ଏକ ଅତ୍ୟନ୍ତ ସଠିକ୍‌ ଡେଥ୍‌ କ୍ୟାଲକୁଲେଟର ତିଆରି କରିପାରେ, ବରଂ ଏଥିପାଇଁ କି ପୂର୍ବାନୁମାନର ଉପଯୋଗ କେମିତି କରାଯାଇ ପାରେ। ଏମିତି ଏଲଗୋରିଦିମ୍‌ର ଉପଯୋଗ ଲୋକଙ୍କ ସହ ଭେଦଭାବ କରିବା ବା ତାଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବା ବା ବୀମାରୁ ବଞ୍ଚିତ କରିବାରେ କରାଯାଇ ପାରେ। ଏମିତି ହୋଇପାରେ, ଏହାର ଉପଯୋଗ ଜୀବନ କାଳକୁ ପ୍ରଭାବିତ କରୁଥିବା କାରଣ ଗୁଡ଼ିକୁ ଜାଗ୍ରତ କରି ଏବଂ ଲୋକଙ୍କୁ ଦୀର୍ଘ ସମୟ ଯାଏ ଜିଇଁବାରେ ସାହାଯ୍ୟ କରି ଭଲ କାମ ପାଇଁ କରାଯାଇ ପାରେ ,ବା ଜୀବନକାଳର ଗଣନା କରି କିଛି ଲୋକ ନିଜର ରିଟାୟରମେଣ୍ଟ ପ୍ଲାନ୍‌ କରି ପାରନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.