ପୁରୀ, ୧୬/୧୧ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ। ଗୁରୁବାର ହେବାକୁ ଥିବା ମରାମତି କାର୍ଯ୍ୟକୁ ସ୍ଥଗିତ ରଖିଛି ଏଏସଆଇ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ହେବାକୁ ଥିବା ବୈଠକରେ ନାଟମଣ୍ଡପ ମରାମତି ନେଇ ଆଲୋଚନା ହେବ।
ପୁରୀରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ସୂଚନାନୁଯାୟୀ, କାର୍ତ୍ତିକ ମାସ ଚାଲିଥିବାରୁ ଏବେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ରହୁଛି। ନାଟମଣ୍ଡପ ମରାମତି ପାଇଁ ଗରୁଡ଼ଙ୍କ ପାଖରୁ ଭିତର କାଠ ପର୍ଯ୍ୟନ୍ତ ଲୁହାଭାରା ବନ୍ଧାଯିବ। ଏଥିପାଇଁ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡିଛି। ଦିନକୁ ୬ ଘଣ୍ଟା ଲେଖାଏଁ କାର୍ଯ୍ୟକରି ୧୨୦ ଦିନରେ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ କେଉଁ ସମୟରେ ଏଏସଆଇକୁ ମରାମତି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବ ତାହା ଉପରେ ଅପରାହ୍ନରେ ବିସ୍ତୃତ ଆଲୋଚନା ହୋଇପାରେ।
ଅଁଳାନବମୀ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ