ମୁମ୍ବାଇ ୧୦/୧୨: ରଣବୀରଙ୍କ ପରେ ଏବେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆକ୍ସନ୍ ଅବତାର ଦେଖିବେ ଦର୍ଶକ। ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି ଆଲିଆ। ଖାସ୍ ଏଇଥିପାଇଁ ସିନେମାର ସୁଟିଂ ସହିତ ଫାଇଟ୍ ଟ୍ରେନିଂ ମଧ୍ୟ ନେଉଛନ୍ତି ସେ। ୨୦୨୪ ସେପ୍ଟେମ୍ବର ବେଳକୁ ମୁକ୍ତିଲାଭ କରିବାକୁ ଥିବା ଏହି ସିନେମାର ନାଁ ରଖାଯାଇଛି ‘ଜିଗରା’ । ଏହି ଫିଲ୍ମକୁ ବାଦ୍ ଦେଲେ ନାମକରଣ ହୋଇନଥିବା ଆଉ ଏକ ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ଆଲିଆଙ୍କ ଆକ୍ସନ ଦେଖିବେ। ଫିଲ୍ମରେ ଦିନକର ସୁଟିଂପାଇଁ ଆଲିଆ ଦୁଇଦିନ ଆକ୍ସନ୍ ଟ୍ରେନିଂ ନେଉଛନ୍ତି।
‘ଜୱାନ’ରେ ଯେମିତି ଶାହରୁଖଙ୍କର ଗର୍ଲ ଗ୍ୟାଙ୍ଗ ଥିଲେ, ‘ଜିଗରା’ରେ ମଧ୍ୟ ଆଲିଆଙ୍କ ସେଭଳି ଗ୍ୟାଙ୍ଗ୍ ରହିଛନ୍ତି। ଏ ଫିଲ୍ମରେ ଆଲିଆଙ୍କ ଚରିତ୍ରର କୌଣସି ରୋମାଣ୍ଟିକ୍ ଏଙ୍ଗଲ୍ ନାହିଁ। ଏଥିରେ ଆଲିଆ ନିଜ ଭାଇକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିବେ। ବେଦାଙ୍ଗ ରୈନା ଏଥିରେ ଆଲିଆଙ୍କ ଭାଇ ଚରିତ୍ର ନିର୍ବାହ କରୁଛନ୍ତି। ବାସନ ୱାଲା ଏହି ଫିଲ୍ମର ନିର୍ମାତା।