ବାଲେଶ୍ବର,୨/୧୨ : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଉଡ଼ ପଞ୍ଚାୟତ ଥାଲସଡ଼ା ଦାମୋଦର ହାଇସ୍କୁଲରେ ୫ -ଟି ଏବଂ ମୋ ସ୍କୁଲ ଅଭିଯାନ କାର୍ଯ୍ୟରେ ମହା ଦୁର୍ନୀତି ନେଇ ସ୍କୁଲରେ ପହଂଚି ତଦନ୍ତ ଆରମ୍ଭ କଲେ ବାଲେଶ୍ୱର ଭିଜିଲାନ୍ସ ଟିମ।ସ୍କୁଲରେ ବର୍ତ୍ତମାନ ଆଂଶିକ ସରକାରୀ ଅନୁଦାନରେ ଚାଲୁଥିବାବେଳେ ରାଜ୍ୟ ସରକାର ସ୍କୁଲ ଭିତ୍ତିଭୂମିର ବିକାଶ ପାଇଁ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଟଙ୍କାରେ ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ଏଷ୍ଟିମେଣ୍ଟ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଏହି କାର୍ଯ୍ୟକୁ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଣ୍ଡା ନିଜେ କରିଥିବାବେଳେ ଲକ୍ଷଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ତଦନ୍ତ କରୁଛନ୍ତି ଭିଜିଲାନ୍ସ ।
୪ ଟି ନୂଆ ଗୃହ ନିର୍ମାଣ କରି ପୁରୁଣା ଘରକୁ ନୂଆ ବୋଲି ଦେଖାଇ ୭୦ ରୁ ୮୦ ଲକ୍ଷ ଟଙ୍କା ପ୍ରଧାନ ଶିକ୍ଷକ ହଡ଼ପ କରିଥିବାର ଗ୍ରାମବାସୀ ବାଲେଶ୍ଵର ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୨ଜଣିଆ ଟିମ୍ ସ୍କୁଲରେ ପହଞ୍ଚି ତନାଘନା ଆରମ୍ଭ କରିବା ସହ ତଦନ୍ତ କରି ଫେରିଛନ୍ତି l